ପାରଳାଖେମୁଣ୍ଡିର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

ପାରଳାଖେମୁଣ୍ଡିର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଯାଇଛି। ସକାଳୁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶୋଭାଯାତ୍ରାରେ ସ୍ନାନବେଦୀକୁ ପହଣ୍ଡିରେ ଆଣି ପାରମ୍ପରିକ ରୀତିନୀତି ଅନୁସାରେ, ସୁବର୍ଣ୍ଣ କୂଅର ୧୦୮ କଳସ ସୁଗନ୍ଧିତ ଜଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସ୍ନାନ କରିଥିଲେ.

ସ୍ନାନ ବିଧି ପରେ ପ୍ରଭୁ ‘ଗଜାନନ’ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଏହି ସମୟରେ ବହୁ ସଂଖ୍ୟାରେ ଭକ୍ତ ଜଗନ୍ନାଥଙ୍କ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି ସ୍ନାନ ପୂର୍ଣ୍ଣିମା ପରେ ପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିକୁ ବିଜେ କରିଥାନ୍ତି,  ପରେ ଠାକୁର ପଟି  ଦି ଆଁ ରେ ପୂଜା ପାଇବେ ପରେ ରଥ ଯାତ୍ରା  ଅନୁଷ୍ଟିତ ହୋଇଥାଏ । ପାରଳାଖେମୁଣ୍ଡି ରାଜପରିବାରର ତତ୍ତ୍ୱାବଧାନରେ ଏହି ପର୍ବ ବେଶ୍ ଶୃଙ୍ଖଳିତ ଭାବେ ପାଳିତ ହୁଏ।