ସାତ ଦଫା ଦାବି ନେଇ ଉତ୍କଳ ମହିଳା ସମିତିର ଗଣ ବିକ୍ଷୋଭ

(ପ୍ରଶାନ୍ତ କୁମାର ସ୍ବାଇଁ /ପାରାଦ୍ବୀପ ) : ବିଭିନ୍ନ ଦାବି ନେଇ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମୁଖରେ ଗଣ ବିକ୍ଷୋଭ ରେ ବସିଲେ ଉତ୍କଳ ମହିଳା ସମିତିର ଶତାଧିକ ମହିଳା। ତେବେ କୁଜଙ୍ଗ ମେଡ଼ିକାଲ ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ପରିବାର ଙ୍କୁ ଅନ୍ତର୍ଭୁକ୍ତ କରିବା, ରୋଗୀ ମାନଙ୍କ ପାଇଁ ଉନ୍ନତ ମାନର ସଜ୍ୟା ର ବ୍ୟବସ୍ଥା କରିବା, ଆମ୍ବୁଲାନ୍ସ ର ବ୍ୟବସ୍ଥା ,ସ୍ତ୍ରୀ ପ୍ରସ୍ତୁତି ଓ ଶିଶୁ ବିଭାଗ ସମେତ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ଙ୍କୁ ସ୍ଥାୟୀ ନିଯୁକ୍ତି ଏହି ଭଳି ବିଭିନ୍ନ ସମସ୍ୟା ନେଇ ଆଜି ଉତ୍କଳ ମହିଳା ସମିତି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରି କୁଜଙ୍ଗ ବଜାର ପରିକ୍ରମା କରିବା ସହ ମେଡ଼ିକାଲ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ଏହି ସଂକ୍ରାନ୍ତରେ କୁଜଙ୍ଗ ମେଡ଼ିକାଲ ଅଧିକାରୀ ଙ୍କୁ ସାତ ଦଫା ଦାବି କରି ଏକ ଦାବିପତ୍ର ପ୍ରଦାନ କରିବା ସହ ଆଗାମୀ ସାତଦିନ ଭିତରେ  ଯଦି ଦାବି ପୁରଣ ନ ହୁଏ ତେବେ ଆଗାମୀ ଦିନରେ ଉତ୍କଳ ମହିଳା ସମିତି ପକ୍ଷରୁ କୁଜଙ୍ଗ ମେଡ଼ିକାଲ ବନ୍ଦ କରାଯିବବୋଲି ଚେତାବନୀ ଦେଇଛନ୍ତି।