(ଗୋପ / ଜୟନ୍ତ କୁମାର ସେଠୀ ) : ପୁରୀ ରେଲୱେ ଷ୍ଟେସନରେ କାର୍ୟ୍ୟ କରୁଥିବା ଠିକା ସଫେଇ କର୍ମଚାରୀ ଙ୍କୁ ତିନି ମାସ ହେବ ଦରମା ପ୍ରଦାନ କରାଯାଇନାହିଁ। ପ୍ରତିବାଦ ରେ ସଫେଇ କର୍ମଚାରୀ ମାନେ ଆନ୍ଦୋଳନ କୁ ଓଲ୍ହାଇ ଥିବା ବେଳେ ସଫେଇ ବ୍ୟବସ୍ଥା ପୁରୀ ରେଲୱେ ଷ୍ଟେସନ ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇ ପଡିଛି। ଦରମା ତୁରନ୍ତ ପ୍ରଦାନ ନ କଲେ ସଫେଇ କର୍ମଚାରୀ କାର୍ୟ୍ୟ ରେ ଯୋଗ ଦେବେ ନାହିଁ ବୋଲି ରୋକ ଠୋକ ଶୁଣାଇ ଦେଇ ଛନ୍ତି।
ପୁରୀ ରେଳଷ୍ଟେସନ ସଫେଇ କର୍ମଚାରୀଙ୍କ ଉପରେ ଦେବାଳିଆ ୟେସ୍ ବ୍ୟାଙ୍କର ପ୍ରଭାବ ପଡିଛି। ମାଷ୍ଟର କ୍ଲିନିକ୍ ଲିମିଟେଡ୍ ନାମକ ଏକ ସଂସ୍ଥା ୟେସ୍ ଵ୍ୟାଙ୍କରେ ଆକାଉଣ୍ଟ ଥିବା ଦର୍ଶାଇ ଟଙ୍କା ଉଠା ନ ସମସ୍ୟା ଉପୁଜିଥିବା କହିଛି। ବ୍ୟାଙ୍କ ରେ ଦେବାଳିଆ ସ୍ଥିତି ଆଳ ଦେଖାଇ ଦରମା ପ୍ରଦାନରେ ବିଳମ୍ବ ଘଟୁଥିବା ନୋଟିସ୍ ଦେଇଥିଲା କମ୍ପାନୀ । ପୂର୍ବରୁ କମ୍ପାନୀ ଅଧିକାରୀ ଓ ସଙ୍ଘ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ପ୍ରତ୍ୟେକ ମାସ ୭ରୁ ୧୦ ତାରିଖ ମଧ୍ୟରେ ଦରମା ପ୍ରଦାନର ବ୍ୟବସ୍ଥା ହୋଇଥିଲା । ନୋଟିସ୍ କୁ ବିରୋଧ କରି ୨୦୫ ଜଣ ସଫେଇ କର୍ମଚାରୀ ଦୁଇଦିନ ଧରି କାର୍ୟ୍ୟ ବନ୍ଦ କରିବାରୁ ପୁରୀ ରେଳଷ୍ଟେସନର ସଫେଇ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇପଡିଛି। ତେବେ ଏ ନେଇ ରେଲୱେ କର୍ତ୍ତୃପକ୍ଷ କିମ୍ବା ସଫେଇ ସଂସ୍ଥା କୌଣସି ପ୍ରତିକ୍ରିୟା ଗଣମାଧ୍ୟମ କୁ ଦେଇ ନାହାନ୍ତି। ତେବେ ତୁରନ୍ତ ଦରମା ନମିଳିଲେ ପୁରୀ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ରେଲୱେ ଷ୍ଟେସନରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହେବାର ଆଶଙ୍କା ଦେଖାଦେଇଛି।