ଭୁବନେଶ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ

Bhubaneswar: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଗମନକୁ ନେଇ ବିମାନବନ୍ଦର ପରିସରରେ ବିଶେଷ ପ୍ରସ୍ତୁତି କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ରାଜନାଥ ସିଂ ଭୁବନେଶ୍ୱରରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଦଳୀୟ ବୈଠକରେ ଯୋଗ ଦେବେ। ଏହି ବୈଠକରେ ସେ ଦଳୀୟ ନେତା ଓ କର୍ମୀମାନଙ୍କ ସହ ଆଗାମୀ ରଣନୀତି, ସଂଗଠନ ଶକ୍ତିବର୍ଦ୍ଧନ ଏବଂ ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ। ତାଙ୍କ ଏହି ଗସ୍ତକୁ ନେଇ ଦଳୀୟ କର୍ମୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।