ରିଭ୍ୟୁ ପୂର୍ବରୁ ଭାଇରାଲ ହେଲା ଫିଲ୍ମ ‘ଗହରାଇୟାଁ

ଫିଲ୍ମ ‘ଗହରାଇୟାଁ’କୁ ନେଇ ଦୀପିକା ପାଦୁକୋନଙ୍କୁ ପ୍ରଶଂସା ମିଳିଛି ।

(ମୁମ୍ବାଇ) : ଫିଲ୍ମ ‘ଗହରାଇୟାଁ’କୁ ନେଇ ଦୀପିକା ପାଦୁକୋନଙ୍କୁ ପ୍ରଶଂସା ମିଳିଛି । କିନ୍ତୁ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ଖରାପ ଭାବରେ ଟ୍ରୋଲ କରାଯାଉଛି। ଇନଷ୍ଟାଗ୍ରାମରେ ‘ଗହରାଇୟାଁ’ର ମେମ ରିଭ୍ୟୁ ପୂର୍ବରୁ ଭାଇରାଲ ହୋଇସାରିଛି। ବର୍ତ୍ତମାନ ଟ୍ୱିଟରରେ ଟ୍ରୋଲର୍ସ ଫିଲ୍ମର ମଜାକ ଉଡ଼ାଇବା ଆରମ୍ଭ କରିଛି।

ସୂଚନାନୁଯାୟୀ ,  ଗହରାଇୟାଁକୁ ବେକାର ଫିଲ୍ମ କହି ସାଉଥ ଫିଲ୍ମକୁ ପ୍ରମୋଟ୍ କରୁଥିବା କଥା ଲେଖୁଛନ୍ତି। ଏପର୍ଯ୍ୟନ୍ତ, ଏହି ହ୍ୟାସଟ୍ୟାଗରେ ଅନେକ ଟୁଇଟ୍ ହୋଇଛି ଯାହା ଦୀପିକା ପାଦୁକୋନଙ୍କ ଫିଲ୍ମକୁ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଛି ।