‘ମୁଁ ଜାଣିଛି ତୁମେ ମୋ ସହ ସାରାଜୀବନ ଅଛ’
ନିଜ ମନ ମଣିଷ ଦୀପ ସିନ୍ଧୁଙ୍କୁ ହରେଇବା ପରେ ତାଙ୍କ ବାନ୍ଧବୀ ରୀନା ରାୟ ଏମିତି ଏକ ଇମୋଶନାଲ ପୋଷ୍ଟ କରିଛନ୍ତି।
(ମୁମ୍ବାଇ) : ‘ତୁମ ବିନା ବଞ୍ଚି ପାରିବିନି। ମୁଁ ଭାଙ୍ଗି ପଡ଼ିଛି। ଭିତରୁ ମରିଯାଇଛି। ତୁମେ କଥା ଦେଇଥିଲ ସାରାଜୀବନ ପାଇଁ ସାଥୀରେ ରହିବ। ମୋତେ ଛାଡ଼ି ଯାଇପାରିବନି।” ନିଜ ମନ ମଣିଷ ଦୀପ ସିନ୍ଧୁଙ୍କୁ ହରେଇବା ପରେ ତାଙ୍କ ବାନ୍ଧବୀ ରୀନା ରାୟ ଏମିତି ଏକ ଇମୋଶନାଲ ପୋଷ୍ଟ କରିଛନ୍ତି।
ସୂଚନାନୁଯାୟୀ , ପଞ୍ଜାବୀ ଅଭିନେତା ଦୀପ ସିନ୍ଧୁ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣହରାଇବା ପରେ ତାଙ୍କୁ ଝୁରି ହେଉଛନ୍ତି ତାଙ୍କ ଚଲାବାଟର ସାଥୀ ରୀନା। ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରୀନା ଲେଖିଛନ୍ତି ଯେ, ମୁଁ ହସପିଟାଲରେ ପଡ଼ିଛି। ମୋତେ ଲାଗୁଛି ତୁମେ ମୋ କାନ ପାଖରେ ଗୁଣୁ ଗୁଣୁ ହେଉଛ। ଆଇ ଲଭୟୁ ମାଇଁ ଜାନ୍। ମୁଁ ଜାଣିଛି ତୁମେ ମୋ ସହ ସାରାଜୀବନ ଅଛ। ଆମେ ଭବିଷ୍ୟତ ପାଇଁ ଯୋଜନା କରିଥୁଲୁ। ହେଲେ ତୁମେ ମୋତେ ଠକି ଦେଇ ଚାଲିଗଲ। ସୋଲମେଟ୍ କେବେ ପରସ୍ପରକୁ ଭୁଲି ପାରିବେନି।