ଘରେ ପହଞ୍ଚିଲା ଦୀପ୍ ସିଦ୍ଧୁଙ୍କର ପାର୍ଥିବ ଶରୀର
ଦିଲ୍ଲୀର ଲାଲ୍ କିଲ୍ଲା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ୍ ସିଦ୍ଧୁଙ୍କର ଗତକାଲି ଦେହାନ୍ତ ହୋଇଛି ।
(ପଞ୍ଜାବ) : ଦିଲ୍ଲୀର ଲାଲ୍ କିଲ୍ଲା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ୍ ସିଦ୍ଧୁଙ୍କର ଗତକାଲି ଦେହାନ୍ତ ହୋଇଛି । ତେବେ ଦୀପ୍ ସିଦ୍ଧୁଙ୍କର ପାର୍ଥିବ ଶରୀର ବୁଧବାର ଦ୍ୱିପ୍ରହରରେ ପଞ୍ଜାବ ସ୍ଥିତ ତାଙ୍କର ଲୁଧିଆନା ସହର ଘରେ ପହଞ୍ଚି ଥିଲା ।
ସୂଚନାନୁଯାୟୀ , ଦୀପ୍ ସିଦ୍ଧୁଙ୍କର ଅନ୍ତିମ ଦର୍ଶନ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଟଣାଓଟରା ହେବାର ଦେଖିବାକୁ ମିଳିଥିଲା । ମଙ୍ଗଳବାର ଦିନ ହରିଆଣାର ସୋନିପଥ ଜିଲ୍ଲାରେ ଖରଖୌଦା ପାଖରେ କୁଣ୍ଡଳି-ମାନେସର-ପଲଭଲ ରାଜମାର୍ଗରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି।