ମହିଳା ମାନଙ୍କ ଉଧେଶ୍ୟରେ ଉତ୍ସର୍ଗ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାଆ ମାନଙ୍କ ନାମରେ ଉତ୍ସର୍ଗୀକୃତ ସୁସ୍ଥ ନାରୀ ସୁସ୍ଥ ପରିବାର କାର୍ଯ୍ୟକ୍ରମଟି ସେପ୍ଟେମ୍ବର ସତର ତାରିଖ ଠାରୁ ଅକ୍ଟୋବର ଦୁଇ ଗାନ୍ଧୀଜୟନ୍ତୀ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଝରୀଗାଁ ଠାରେ ନବରଙ୍ଗପୁର ଜିଲ୍ଲା CDMO ଶ୍ରୀ ସନ୍ତୋଷ କୁମାର ପଣ୍ଡା ଏବଂ ନବରଙ୍ଗପୁର ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକଙ୍କ ଦ୍ୱାରା ପ୍ରଦୀପ୍ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା

ଏହି କାର୍ଯ୍ୟକ୍ରମଟି ଜିଲ୍ଲା ସ୍ତରରୁ ଉପସ୍ୱାସ୍ଥ୍ୟ କେନ୍ଦ୍ର ସ୍ତର ଯାଏଁ ପାଳନ କରାଯାଉଥିବା କୁହାଯାଇଛି, ତେବେ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଅନୁଷ୍ଠିତ ହୋଇଥିବା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ବିଶେଷଜ୍ଞ ମାନଙ୍କ ଦ୍ୱାରା ରୋଗ ନିରୀକ୍ଷଣ କରାଯାଇ ମହିଳା ମାନଙ୍କ ଚିକତ୍ସା କରାଯାଇଛି ତା ସହ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି।