ଭୁବନେଶ୍ୱର : ନୂଆବର୍ଷ ଲାଗି କମିଶନରେଟ ପୋଲିସର କଡ଼ା ସୁରକ୍ଷା । ଏଣୁ ସେଲିବ୍ରେସନ୍ ବେଳେ ନିରାପତ୍ତା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଭିଡିଓ ବାର୍ତ୍ତା ଦେଇ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ସେ କହିଛନ୍ତି, ୨ ବର୍ଷ ପରେ ବିନା କରୋନା କଟକଣାରେ ନୂଆବର୍ଷ ପାଳନ ହେବାକୁ ଯାଉଛି। ତେଣୁ ସମସ୍ତେ ଖୁସି ଅଛନ୍ତି। ସମସ୍ତେ ସେଲିବ୍ରେସନ୍ ମୁଡ୍ରେ ଥିବାରୁ କିଛି ବ୍ୟକ୍ତି ଟ୍ରାଫିକ ନିୟମ ଭୁଲି ଯାଉଛନ୍ତି। ଏଣୁ ମଦ ପିଇ ଗାଡ଼ି ଚଳାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସହର ଭିତରେ ସର୍ବାଧିକ ୫୦ କିଲୋମିଟର ବେଗରେ ଗାଡ଼ି ଚଲାଇବାକୁ ନିର୍ଦ୍ଦେଶ ରହିଛି । ଏହାର ଖିଲାଫ କଲେ କାର୍ଯ୍ୟାନୁଷ୍ଠାନ । ଗାଡ଼ି ପାର୍କିଂରେ ରଖିବାକୁ ପରାମର୍ଶ । ନହେଲେ ଗାଡି ଉଠାଇ ନେବ ପୋଲିସ । ଟ୍ରାଫିକ ନିୟମ ପାଳନ କରିବାକୁ କୁହାଯାଇଛି । ଆଜି ସଂଧ୍ୟାରୁ ଚେକିଂ ଓ ବ୍ଲକିଂ ଜୋରଦାର କରାଯିବ ।