ହଠାତ୍ ଅସୁସ୍ଥ ହୋଇପଡିଲେ ବରୁଣଙ୍କ ବାପା ଡେଭିଡ ଧୱନ
ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ ଡେଭିଡ ଧୱନ ।
(ମୁମ୍ବାଇ) : ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ ଡେଭିଡ ଧୱନ । ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାପାଙ୍କ ଅସୁସ୍ଥତାର ଖବର ପାଇ ନିଜ ଅପକମିଙ୍ଗ ଫିଲ୍ମ ‘ଯୁଗ ଯୁଗ ଜିଓ’ ପ୍ରମୋସନ କରୁଥିବା ବରୁଣ ଧୱନ ଅଧାରୁ ମୁମ୍ବାଇ ଫେରି ଆସିଛନ୍ତି।
ସୂଚନାନୁଯାୟୀ, ଡେଭିଡଙ୍କର ମଧୁମେହ ସ୍ତର ଖୁବ୍ ଅଧିକ ରହୁଥିବାରୁ ପୂର୍ବରୁ ମଧ୍ୟ ବହୁ ଥର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ସାରିଛି। ଏବେ ମଧ୍ୟ ସମାନ କାରଣରୁ ତାଙ୍କ ଅବସ୍ଥା ବିଗିଡ଼ିଥିବା କୁହାଯାଉଛି । ତେବେ ଡେଭିଡଙ୍କ ଅସୁସ୍ଥତା ଖବର ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।
ଅନ୍ୟପଟେ ,ଲଗାତାର ଭାବେ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ଅଭିନେତା ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ବଲିଉଡ୍-ସାଉଥ୍ ବିବାଦ ଥମିବାର ନାଁ ଧରୁନି । ଏହି କ୍ରମରେ ବରୁଣ ଧୱନ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ , କେହି ଜାଣନ୍ତି ନାହିଁ …ଚାଲ ଆଜି କ୍ୟାମେରାରେ କହୁଛି କେହି କିଛି ଜାଣନ୍ତି ନାହିଁ… । ସଚ୍ଚୋଟ ରୁହ , ମୋତେ ଜଣାନାହିଁ ସବୁଠୁ ସଫଳ ନିର୍ମାତା ବା ନିର୍ଦ୍ଦେଶକ ବି ଜାଣନ୍ତି , କିଛି ବି ନୁହେଁ । କେହି କିଛି ଜାଣନ୍ତି ନାହିଁ ।