କଟକ: ଦୁର୍ଗାପୂଜା ପୂର୍ବରୁ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । କଟକର ୬ଟି ସ୍ଥାନରେ ସୁଉଚ୍ଚ ତୋରଣ ପାଇଁ ଦିଆଗଲା ଅନୁମତି। ରାଣୀହାଟ, ଚାନ୍ଦିନୀଚୌକ, ବାଦାମବାଡ଼ି ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସେହିପରି ଖାନ୍ନଗର, ମାଲଗୋଦାମ, ଶିଖରପୁର ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଦୁଇଟି ପର୍ଯ୍ୟାୟରେ ଅନୁମତି ନେଇ ସ୍ପଷ୍ଟ କଲେ ହାଇକୋର୍ଟ । କହିରଖୁଛୁ ପୂର୍ବରୁ ରାସ୍ତା ଉପରେ ତୋରଣ ନିର୍ମାଣ ଉପରେ ରୋକ ଲାଗିଥିଲା । ତେବେ ଆଜି କଟକ ସହରର ସମସ୍ୟା ଶୁଣାଣି ସମୟରେ ହାଇକୋର୍ଟ ସୁଉଚ୍ଚ ତୋରଣ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି ।
ଅନ୍ୟପଟେ ଦୁର୍ଗାପୂଜାକୁ ନେଇ ବଡ ପଦକ୍ଷେପ ନେଇଛି ବିଏମସି । ଏଥର ଭୁବନେଶ୍ବରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ମନା କରାଯାଇଛି । ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ପୂଜାକୁ ନେଇ BMCର ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ପାର୍କିଂ ନଥିଲେ ଭୁବନେଶ୍ୱରରେ ମୀନା ବଜାର ପଡ଼ିବନି ଏବଂ ମିଳିବନି ରାବଣ ପୋଡ଼ି ଅନୁମତି । ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ କୌଣସି ପୂଜା କମିଟି । ପୂଜା ପେଣ୍ଡାଲ ଓ ଭସାଣି ପୋଖରୀ ନିକଟରେ ଆମ୍ବୁଲାନ୍ସ ରଖାଯିବ । ପୂଜା ପେଣ୍ଡାଲରେ ନିଶାକୁ ନା’ର ସଚେତନତା ଵାର୍ତ୍ତା ବାଣ୍ଟିବ ପୋଲିସ । ରାସ୍ତା ଖରାପ ନେଇ PWDର ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି କମିଶନର ।