ମହାନଗର ନିଗମ ଉପରେ ବର୍ଷିଲା ନଗର କଂଗ୍ରେସ

କଟକ/ଜଗନ୍ନାଥ ମହାନ୍ତି: କଟକ ମହାନଗର ନିଗମ ଉପରେ ବର୍ଷିଲା କଂଗ୍ରେସ । ମହାନଗରରେ ଲାଗିରହିଥିବା ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସର ବିକ୍ଷୋଭ ସମାବେଶ। ପରିମଣ ବ୍ୟବସ୍ଥାରେ ସିଏମସିର ବିଫଳତାକୁ ଗଣାଇଲେ କଂଗ୍ରେସ ନେତା । ସହରର ଅଧିକାଂଶ ୱାର୍ଡରେ ପରିମଳ, ଡ୍ରେନେଜ ବ୍ୟବସ୍ଥା, କୁଢ କୁଢ ଅଳିଆ ଆବର୍ଜନାକୁ ନେଇ ସରକାର ତଥା ସିଏମସି ବିଫଳ ବୋଲି ବିକ୍ଷୋଭକାରୀ କହିଛନ୍ତି ।

ସିଏମସି ଅଧୀନରେ ବହୁ ୱାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । କୁଢକୁଢ ଅଳିଆ ଆବର୍ଜନା ପାଇଁ ଲୋକଙ୍କୁ ନାନା ସମସ୍ୟା ଭୋଗ କରିବାକୁ ହେଉଛି । ଏହା ମଶା ବଂଶ ବୃଦ୍ଧି କରୁଛି । ଡେଙ୍ଗୁ ଭଳି ରୋଗ ବ୍ୟାପି ସହରବାସୀ ନୟାନ୍ତ ହେଲେଣି। ଏପରିସ୍ଥଳେ ଆଗକୁ ପୂଜା । କିନ୍ତୁ ରାସ୍ତାଘାଟର ଖାଲଖମା ପୂରଣ ହେଉନାହିଁ । ଫଳରେ ସେଠାରେ ପାଣି ଜମି ଡେଙ୍ଗୁ ମଶା ବଂଶବିସ୍ତାର କରୁଛନ୍ତି । ସହରରେ ମେଲେରିଆ ଅଧିକାରୀ ନାହାନ୍ତି କି ମଶା ପାଇଁ ତେଲ ସିଞ୍ଚନ ହେଉନାହିଁଁ । ସହରସାରା ଜାଇକା କମ୍ପାନି, ବିଦ୍ୟୁତ୍ ପିଏଚ୍ଡି ବିଭାଗ ପକ୍ଷରୁ ରାସ୍ତାକୁ ଖୋଳି ମରାମତି କରୁ ନ ଥିବାର ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ।