ବୋଇତ ଭସାଣ ଉପରେ କଟକଣା

(ଜୟନ୍ତ କୁମାର ସେଠୀ / ପୁରୀ): କରୋନା କଟକଣାରେ ଫିକା ପଡିଲା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି କୋଣାର୍କ ଚନ୍ଦ୍ରଭାଗାରେ ବୋଇତ ବନ୍ଦଣା କରାଯାଇନଥିଲା । କରୋନା ମହାମାରୀ ପରିସ୍ଥିତିକୁ ଆଖି ଆଗରେ ରଖି ସମୁଦ୍ର ତଟ , ତୀର୍ଥ ପୁଷ୍କରିଣୀରେ ଏକତ୍ରିତ ହୋଇ ବୋଇତ ବନ୍ଦାଣ ବନ୍ଦ କରାଯିବା ନେଇ ବୋଇତ ବ୍ୟବସାୟୀଙ୍କ ଉପରେ ଚଡକ ପଡିଥିଲା ବେଳେ ହଜାର ହଜାର ଟଙ୍କାର ବୋଇତ ନଷ୍ଟ ହେବ ବୋଲି କହିଛନ୍ତି ବୋଇତ ବ୍ୟବସାୟୀ।
ସେପଟେ ସାମ୍ପ୍ରତିକ କରୋନା ମହାମାରୀ ପରିସ୍ଥିତିକୁ ଆଖି ଆଗରେ ରଖି କାର୍ତିକ ପୁର୍ଣିମା ଅବସରରେ ସମୁଦ୍ର ତଟ , ତୀର୍ଥ ପୁଷ୍କରଣୀ ଏବଂ ଅନ୍ୟାନ୍ୟ ଜଳାଶୟ ଆଦିରେ ଏକତ୍ରିତ ହେବା କିମ୍ବା ବୋଇତ ବନ୍ଦାଣ ଉପରେ କଟକଣା ଜାରି କରାଯାଇଥିବା ବେଳେ କରୋନା ମୁକାବିଲାରେ ଜନସାଧରଣଙ୍କ ସହଯୋଗ ଏକାନ୍ତକାମ୍ୟ ଉପଜିଲ୍ଲାପାଳଙ୍କ ନିବେଦନ କରିଥିବା ବେଳେ ବୋଇତ ବନ୍ଦାଣ ଉତ୍ସବ ପରମ୍ପରାକୁ ଘରେ ରହି ପାଳନ କରିବାକୁ ପୁରୀ ଏସପି କହିଛନ୍ତି।