୨୨ ପର୍ଯ୍ୟନ୍ତ ବୃଦ୍ଧି ହେଲା ସିୟୁଇଟିର ଆବେଦନ ସମୟ ସୀମା

୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହେଲା (ସିୟୁଇଟି)ର ଆବେଦନ ସମୟ ସୀମା ।

(ଭୁବନେଶ୍ୱର) : ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହେଲା (ସିୟୁଇଟି)ର ଆବେଦନ ସମୟ ସୀମା । ଶୁକ୍ରବାର ଆବେଦନର ଶେଷ ସମୟ ଥିଲା । ହେଲେ ଅନେକ ଛାତ୍ରଛାତ୍ରୀ ଆବେଦନ କରିପାରି ନଥିବାରୁ ପୁଣି ଥରେ ଏହି ସମୟ ସୀମାକୁ ବୃଦ୍ଧି କରାଯାଇଛି ।

ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୟୁଜି ପାଠ୍ୟକ୍ରମରେ ନାମଲେଖା ପାଇଁ ସାରା ଦେଶରେ ହେବାକୁ ଥିବା ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି)ର ଆବେଦନ ସମୟ ସୀମା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସୂଚନାନୁଯାୟୀ . ଆସନ୍ତା ୨୨ ଭିତରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିବା ସହ ଫି ଦାଖଲ କରିବେ । ୨୫ ତାରିଖ ସୁଦ୍ଧା ଆବେଦନପତ୍ରରେ ସଂଶୋଧନ କରିପାରିବେ । ଏନେଇ ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।