ଦମ୍ପତିଙ୍କୁ ପୋଡି ମାରିବା ଘଟଣା : ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ସତ୍ୟର ହେଲା ଜୟ । ଯାଜପୁର ରୋଡରେ ହୋଇଥିବା ସେ ଲୋମଟାଙ୍କୁରା ଘଟଣାର ର୍ରା ପ୍ରକାଶ ପାଇଛି । ୨୦୨୦ରେ ଯାଜପୁର ରୋଡ ଅଞ୍ଚଳର ଦମ୍ପତିଙ୍କୁ ପୋଡି ମାରିଥିଲେ । ସେହି ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୧୭ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।ସମସ୍ତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ କରିଥିଲେ ହତ୍ୟା । ୩ ବର୍ଷ ତଳେ କଳିଙ୍ଗନଗର ଥାନା ସୁରେଇସାଇରେ ଘଟିଥିଲା ଏଭଳି ଜଘନ୍ୟ ହତ୍ୟାକାଣ୍ଡ ।