ମୁମ୍ବାଇ: ଦେଶକୁ ପୁଣି କରୋନା ଲେଉଟିବା ପରେ ଏବେ ଏହା ମହାରାଷ୍ଟ୍ର ପୁଣି ଏହାର କେନ୍ଦ୍ରସ୍ଥଳୀ ପାଲଟିଛି । କିଛି ଦିନ ହେବ ମହାରାଷ୍ଟ୍ରରୁ ୩୦ ହଜାରରୁ ଅଧିକ ରିପୋର୍ଟ ଆସୁଛି । ଏହାକୁ ନେଇ ବିଏମସି କମିଶନର ଇକବାଲ ସିଂହ ଚହଲ କହିଛନ୍ତି, ମୁମ୍ବାଇରେ କରୋନାର ଦ୍ୱିତୀୟ ଲହରୀ ଆସିଯ।।ଇଛି । ୪୯ ଦିନରେ ମୁମ୍ବାଇରେ ୯୧ ହଜାରରୁ ଅଧିକ କରୋନା ମାମଲା ଆସିଛି ।
ଚହଲଙ୍କ ଅନୁଯାୟୀ, ୯୧ ହଜାର କରୋନା କେଶ ମଧ୍ୟରୁ ୭୪ ହଜାର କେଶରେ କରୋନାର କୌଣସି ଲକ୍ଷଣ ନାହିଁ ଅର୍ଥାତ୍ କରୋନା ମୁମ୍ବାଇରେ ସାଇଲେଣ୍ଟ କିଲର ହୋଇଛି । ଯଦି ଅନ୍ୟ ମାମଲାର କଥା କୁହାଯାଏ, ମୁମ୍ବାଇରେ ପ୍ରାୟ ୧୭ ହଜାର ଲୋକଙ୍କ ମଧ୍ୟରେ କରୋନା ଲକ୍ଷଣ ପ୍ରକାଶ ପାଇଛି । ଯେଉଁମାନଙ୍କ ମଧ୍ୟରେ କରୋନା ଲକ୍ଷଣ ନାହିଁ ଓ ସେମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ସେମାଙ୍କ ଶରୀରରେ ଷ୍ଟାମ୍ପ ଲଗାଯାଉଛି । ଯଦି ଏପରି ଲୋକ ସାର୍ବଜନୀନ ସ୍ଥାନରେ ବୁଲାବୁଲି କରିବା ଦେଖାଯାଆନ୍ତି, ତେବେ ସେମାନଙ୍କ ନାମରେ ଏଫଆଇଆର ଦାୟର ହେବ । ସେମାନଙ୍କୁ ମଧ୍ୟ ଗିରଫ କରାଯିବ ।
ଚହଲ ଆହୁରି କହିଛନ୍ତି, ମୁମ୍ବାଇରେ ୯୯୦୦ ହସ୍ପିଟାଲ ବେଡ ଭରିସାରିଲାଣି । ୪୦୦୦ ବେଡ ବଣ୍ଟନ ଅନଲାଇନରେ ଚଳିତ ସପ୍ତାହରୁ କରାଯିବ । ତେବେ ବର୍ତ୍ତମାନ ସରକାର ଆଉ ଲକଡାଉନ କରିବାକୁ ଚାହୁଁନାହାନ୍ତି ।