(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): କରୋନା ଭାଇରସ ସଂକ୍ରମଣରେ ମୁତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କନ୍ଦ୍ରେ ଗୃହ ମନ୍ତ୍ରଣାଳୟ ଘୋଷଣା କରିଛି । ଏଥିରେ ରୋଗୀଙ୍କର ଯତ୍ନ ନେଉଥିବା ଲୋକମାନେ ମଧ୍ୟ ଅନ୍ତର୍ଭୁକ୍ତ । କେବଳ ସେତିକି ନୁହେଁ ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ କରୋନା ଭାଇରସକୁ ବିପର୍ଯ୍ୟୟ ଘୋଷଣା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ୱାରା ସମସ୍ତ ରାଜ୍ୟର ସରକାର ଏହି ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି କୁ ବ୍ୟବହାର କରିପାରିବେ । ଏହା ସହ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘୋଷଣା କରାଯାଇଛି । ଆବଶ୍ୟକତାଠାରୁ ଅଧିକ ମହଜୁଦ ରଖିଲେ ଦୃଢ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ଦେଶରେ କରୋନା ମୃତ୍ୟୁ ୨ କୁ ବୃଦ୍ଧି ପାଇଛି । ଦେଶରେ ୮୪ ଜଣ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୦ ଜଣ ଏହି ଭାଇରସରୁ ମୁକୁଳି ପାରିଛନ୍ତି । ବତର୍ମାନ ୭୩ ଜଣଙ୍କର ଚିକତ୍ସା ଚାଲିଛି ।