ବଲାଙ୍ଗୀରରେ ସନ୍ଦିଗ୍ଧ କରୋନା ଦମ୍ପତ୍ତି

(ବଲାଙ୍ଗୀର / ମଧୂସୁଦନ ବହିଦାର ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ରାହୁଲ ଜୈନ ଓ ତାଙ୍କ ସ୍ତ୍ରୀ ଅଳକା ଜୈନ ନାମକ ଦୁହେଁ କାନାଡ଼ାରେ ବସବାସ କରନ୍ତି । ସେମାନେ ତାଙ୍କ ପରିବାରର କିଛିଦିନ ତଳେ ଜଣଙ୍କ ମୃତ୍ୟୁ ହୋଇଥିବା ହେତୁ ଉକ୍ତ ଶୋକ ସଭାରେ ଯୋଗ ଦେବାପାଇଁ ଟିଟିଲାଗଡ ଗତ ୧୧ତାରିଖ ସନ୍ଧ୍ୟାରେ ପହଁଚିଥିବା ସୂଚନା ଦେଇଛନ୍ତି। ସବୁଠୁଁ ବଡ କଥା ହେଲା ଉକ୍ତ ଦମ୍ପତ୍ତି ମୁମ୍ବାଇର ବିମାନ ବନ୍ଦରରେ ପରୀକ୍ଷା କରାଇଥିଲା । କିନ୍ତୁ ପରୀକ୍ଷା ଫଳରେ କରୋନାର ବିପକ୍ଷ ଦେଖାଇଥିଲା । ଏବଂ ଆଜି ସନ୍ଧ୍ୟାରେ ସେମାନେ କିଛି ମାତ୍ରାରେ କରୋନାର ଲକ୍ଷଣ ଅନୁମାନ କରି ପ୍ରଥମେ ଟିଟିଲାଗଡ ମୂଖ୍ୟ ଡାକ୍ତରଖାନା ଯାଇ ଡାକ୍ତର ଙ୍କ ପରାମର୍ଶ ନେଇଥିଲେ। ପରେ ଡାକ୍ତର ମଧ୍ୟ ନିହାତି ଭାବରେ କିଛି ଲକ୍ଷଣ ଅନୁମାନ ତଥା କରୋନା ର ପ୍ରତିକାର ଵ୍ୟଵସ୍ଥା ନ ଥିବାରୁ ବଲାଙ୍ଗୀର ଭୀମସାର କଲେଜ ଓ ହସ୍ପିଟାଲ କୁ ସ୍ଥାନାନ୍ତର କରିବାକୁ ପରାମର୍ଶ କରିଥିବା ସୂଚନା ମିଳିଛି। ବର୍ତ୍ତମାନ ଉକ୍ତ ଦମ୍ପତ୍ତି ଭୀମସାର କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇ ତାଙ୍କ ରକ୍ତ ନମୁନା ତଥା ଆନୁସଙ୍ଗିକ ଶାରୀରିକ ପରୀକ୍ଷା ପାଇଁ ଅନ୍ୟତ୍ର ପଠାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।