ଆସନ୍ତାକାଲି ପୁଣି ଇଡିରେ ହାଜର ହେବେ ରାହୁଲ ଗାନ୍ଧି
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବୃଦ୍ଧି ପାଇବାରେ ଲାଗିଛି ବିବାଦ ।
(ଦିଲ୍ଲୀ) : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବୃଦ୍ଧି ପାଇବାରେ ଲାଗିଛି ବିବାଦ । ଇଡି ପକ୍ଷରୁ ରାହୁଲଙ୍କୁ ଲଗାତାର ୩ ଦିନ ମାରାଥନ୍ ଜେରା କରାଯିବା ପରେ ପୁଣି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ପୁଣି ଇଡିରେ ହାଜର ହେବେ ରାହୁଲ ଗାନ୍ଧି । ଇଡି ବାରମ୍ବାର ହାଜର ହେବାକୁ ନିର୍ଦ୍ଦେଶ ଦେଉଥିବା ଅଭିଯୋଗ କରି ବିକ୍ଷୋଭ ଜାରି ରଖିଛି କଂଗ୍ରେସ ।
ଅନ୍ୟପଟେ ରାହୁଲ ଗାନ୍ଧିଙ୍କୁ ଉଦ୍ଦେଶ୍ୟମୂଳକ ଭାବେଦଳୀୟ କର୍ମୀ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଇସାରାରେ ଦିଲ୍ଲୀ ପୋଲିସ କାମ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା । ଗେହଲଟ କହିଛନ୍ତି, ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାର କାମ କରୁଛି । ରାହୁଲ ଗାନ୍ଧି ଆଇନକୁ ସମ୍ମାନ ଦେଉଛନ୍ତି । ସହଯୋଗ କରୁଛନ୍ତି । କିନ୍ତୁ ଦିଲ୍ଲୀ ପୋଲିସ ଆତଙ୍କ ଖେଳାଉଛି । ଦଳୀୟ କାର୍ଯ୍ୟାଳୟକୁ ଆସିବାକୁ ମଧ୍ୟ ଦେଉନାହିଁ ଦିଲ୍ଲୀ ପୋଲିସ ।
କମଳନାଥଙ୍କ ନେତୃତ୍ବରେ ଭୋପାଳରେ ରାଜଭବନ ଘେରାଉ କରିବ କଂଗ୍ରେସ । ସେହିଭଳି ରାଜସ୍ଥାନରେ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରାଙ୍କ ନେତୃତ୍ବରେ ଜୟପୁରରେ ରାଜଭବନ ଘେରାଉ କରାଯିବ । ସେହିଭଳି ଜାମ୍ମୁ କାଶ୍ମୀର ଏବଂ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯିବ ।