କରୋନାକୁ ପରାସ୍ତ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

(ଉତ୍ତରପ୍ରଦେଶ) : କରୋନାକୁ ପରାସ୍ତ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଜି ଟ୍ୱିଟ ଯୋଗେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଆପଣଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଡାକ୍ତରଙ୍କ ଯତ୍ନ ପାଇଁ ମୁଁ ବର୍ତ୍ତମାନ କରୋନା ନେଗେଟିଭ୍ ହୋଇପାରିଛି । ଆପଣ ମାନଙ୍କ ଦ୍ୱାରା ମୋତେ ଦିଆଯାଇଥିବା ସମସ୍ତ ସହଯୋଗ ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ ।

ସୂଚନାନୁସାରେ , ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୂର୍ବରୁ ତାଙ୍କ କାର୍ଯ୍ୟାଳୟର ଅନେକ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଅଧିକାରୀମାନେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଯୋଗୀ ତାଙ୍କର ଯାଞ୍ଚ କରିଥିଲେ ଯେଉଁଥିରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।