ଗାଁକୁ ମିଳିଲା ସୁଦ୍ଧ ପାନୀୟ ଜଳ
(କଲ୍ୟାଣସିଂହପୁର, ସନ୍ତୋଷ କୁମାର ଲମତା): ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି ରିପୋର୍ଟର୍ସ ଟୁଡେର ମହା ପ୍ରଭାବ । କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଡମ୍ବଲିମା ଗାଁକୁ ସୁଦ୍ଧ ପାନୀୟ ଜଳ ଯୋଗା ଯାଇଥିବା ଦେଖିବାକୁ ମିଳିଛି । ଏହି ଗ୍ରାମବାସୀ ବହୁଦିନ ଧରି ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହୋଇ ରହିଥିଲେ । ତେବେ ଏହି ଘଟଣା ପ୍ରଥମେ ରିପୋର୍ଟର୍ସ ଟୁଡେରେ ପ୍ରକାଶିତ ହୋଇଥିଲା । ଏହାପରେ ଆଜି ରାୟଗଡ଼ା ୪ର୍ଥ ସିଆରପିଏଫ ବଟାଲୀୟନର କମାଣ୍ଡେଣ୍ଟ ମନୋଜ କୁମାର ଯାଦବଙ୍କ ନିର୍ଦ୍ଦେଶ କ୍ରମେ ଏଠାରେ ସୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି । ସ୍ଥାନୀୟ ବାଟାଲିୟନର ଆସିଷ୍ଟାଣ୍ଡ କମାଡେଣ୍ଟ କେ କ୍ରିଷ୍ଣା ରାଓଙ୍କ ତତ୍ତ୍ଵାବଧାନରେ ଜବାନମାନେ ଉପସ୍ଥିତ ରହି ଗାଁରେ ଏକ ଟ୍ୟାଙ୍କର ଯୋଗେ ସୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଛନ୍ତି । ସିଆରପିଏଫର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରି ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହାସହ ଖବର ପ୍ରସାରଣ କରିଥିବା ସାମ୍ବାଦିକ ବନ୍ଧୁଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ । ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।