ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କରୋନା

(ଲକ୍ଷ୍ନୌ) : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କରୋନା । ଏଭଳି ଘଟଣା ୟୁପିର ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟରେ ଘଟିଛି  । ଏଠାରେ ଅନେକ କର୍ମଚାରୀ ପଜିଟିଭ୍ ହେବା ପରେ ମୁଖ୍ୟମନ୍ତ୍ରୀ ନିଜକୁ ଅଲଗା କରି ରଖିଛନ୍ତି । ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ସିଏମ୍ ଯୋଗୀ ଲେଖିଛନ୍ତି ଯେ ମୋ କାର୍ଯ୍ୟାଳୟର କିଛି ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ଅଧିକାରୀମାନେ ମୋ ସହ ଯୋଗାଯୋଗରେ ଅଛନ୍ତି, ତେଣୁ ମୁଁ ଏକ ସତର୍କତା ଭାବରେ ନିଜକୁ ପୃଥକ କରିଛି । ସମସ୍ତ କାର୍ଯ୍ୟକୁ ଭର୍ଚୁଆଲ ମାଧ୍ୟମରେ କରିବାକୁ ଯାଉଛି । କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଅଭିଷେକ କୌଶିକ, ମୁଖ୍ୟ ସଚିବ ଏସପି ଗୋୟଲ ଏବଂ ସିଏମ ସଚିବ ଅମିତ ସିଂ ସଂକ୍ରମିତ ହୋଇଛନ୍ତି ।