୧୧ରେ ଛତିଶା ନିଯୋଗ ବୈଠକ, ଦଶହରା ପୂଜା ନୀତି

୧୧ ତାରିଖରେ ଦଶହରା ପୂଜା ନୀତି ଏବଂ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ଆଲୋଚନା ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଡକାଯାଇଛି ।

(ପୁରୀ) : ୧୧ ତାରିଖରେ ଦଶହରା ପୂଜା ନୀତି ଏବଂ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ଆଲୋଚନା ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଡକାଯାଇଛି । ଏହି ଦିନ ୨୦୨୧-୨୨ ଆର୍ଥିକ ବର୍ଷର ଶ୍ରୀମନ୍ଦିରର ସଂଶୋଧିତ ବଜେଟ ପ୍ରସ୍ତାବଗୁଡିକୁ ମଧ୍ୟ ଶ୍ରୀମନ୍ଦିର ଫାଇନାନ୍ସ ସବ୍‌ କମିଟିରେ ଉପସ୍ଥାପନ କରାଯିବ । ସେହିଭଳି ଅପରାହ୍ନରେ ଶ୍ରୀମନ୍ଦିର ନୀତି ସବ୍‌ କମିଟି ବୈଠକରେ ଦଶହରା ଓ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ଉପରେ ଆଲୋଚନା ହେବ ।

ସୂଚନାନୁଯାୟୀ , କୋଭିଡ୍‌ କଟକଣା ପରିପ୍ରେକ୍ଷୀରେ ଦଶହରାକାଳୀନ ଦର୍ଶନ, ରାଧାଦାମୋଦର ଦର୍ଶନ, କାର୍ତ୍ତିକ ବ୍ରତ ପଞ୍ଚୁକ ଦର୍ଶନ ଆଦି ଯାନିଯାତ୍ରାର ରୂପରେଖ ଏବଂ ଦର୍ଶନ ମାର୍ଗଦର୍ଶିକା ଉପରେ ମଧ୍ୟ ଆଲୋଚନା ହେବ । ବୈଠକରେ କାର୍ତ୍ତିକ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ମୋହର ମାରିବା ପରେ ପରିଚାଳନା କମିଟି ଅନୁମୋଦନ କରିବ ।