(ଜୟନ୍ତ ସେଠୀ/ ଗୋପ): ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାରଙ୍କ ଅଧକ୍ଷତାରେ ହୋଇଥିବା ଭରଚୁଆଲ ବୈଠକ ଶେଷ ହୋଇଛି। ଚଳିତ ବର୍ଷ କୋଭିଡ କଟକଣାରେ ବାହାରେ ହେବ ଚନ୍ଦନଯାତ୍ରା। ସର୍ବନିମ୍ନ ଲୋକଙ୍କୁ ନେଇ ହେବ ଚନ୍ଦନଯାତ୍ରା। ୧୧ରେ ହେବ ଛତିଶା ନିଯୋଗ ବୈଠକ। ଏହା ପୂର୍ବରୁ ଜିଲ୍ଲାପାଳ ବୈଠକ କରି ଚନ୍ଦନ ଯାତ୍ରାରେ ସାମିଲ ହେବାକୁ ଥିବା ସର୍ବନିମ୍ନ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ। ଗତବର୍ଷ କରୋନା ମହାମାରୀ କାରଣରୁ ବାହାର ଚନ୍ଦନ ଯାତ୍ରା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା। ଭର୍ଚୁଆଲ ବୈଠକରେ କୋଭିଡ୍ ପରିଚାଳନା ମଧ୍ୟ ଆଲୋଚନା କରାଯାଇଛି। ସେବାୟତଙ୍କ ଟୀକାକରଣ ପାଇଁ ଘରକୁ ଘର ବୁଲି ସର୍ଭେ କରାଯିବ। ଆବଶ୍ୟକ ପଡ଼ିଲେ ଆଉ ଏକ ଟୀକାକରଣ କେନ୍ଦ୍ର ଖୋଲାଯିବ।କୋଭିଡ୍ ପରିଚାଳନା ନେଇ ଗଠିତ ସାତଜଣିଆ ଟିମ୍ ଓ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇଛି।