ଖଣ୍ଡପଡା: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ ବାବୁ। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଖଣ୍ଡପଡା ଥାନା ଏସଅ । ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ SI ଏସ୍କେ ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା SI ଏସ୍କେ ରେହମାନଙ୍କ ଧରିଛି ନୟାଗଡ଼ ଭିଜିଲାନ୍ସ ଟିମ୍।
ସୂଚନା ଅନୁଯାୟୀ, ଖଣ୍ଡପଡ଼ା ଥାନା ଖଳିସାହି ଗ୍ରାମର ଚୋରା ଦେଶୀ ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ପୂର୍ବ କେସର ସମାଧାନ ପାଇଁ ଖଣ୍ଡପଡା ଥାନା ଏସଆଇ ଏସକେ ରେହମାନ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସକାଳୁ SI ଏସ୍କେ ରେହମାନ ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ନିକଟରୁ ଲାଞ୍ଚ ଟଙ୍କା ନେବା ସୟମରେ ଭିଜିଲାନ୍ସ ଚଢାଉ କରିଥିଲା। SI ଏସ୍କେ ରେହମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।