(ଉତ୍ତରପ୍ରଦେଶ) : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ପଜିଟିଭ। ଏନେଇ ମୁଖ୍ୟମନ୍ତ୍ରୀ ଆଜି ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି । ଏବେ ସେ ଘରେ ଆଇସୋଲେସନରେ ରହିଛନ୍ତି। ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି ଯେ, ପ୍ରାଥମିକ ଲକ୍ଷଣ ଦେଖାଯିବା ପରେ ମୁଁ କରୋନା ଟେଷ୍ଟ କରିଥିଲି। ମୋର ରିପୋର୍ଟ ପଜିଟିଭ ଆସିଛି। ଏବେ ମୁଁ ସେଲଫ୍ ଆଇସୋଳେସନରେ ରହିଛି ଓ ଚିକିତ୍ସକଙ୍କ ପରାମର୍ଶ ପାଳନ କରୁଛି। ଏବେ ସବୁ କାମ ଭର୍ଚୁଆଲ କରୁଛି। ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟ ସ୍ବାଭାବିକ ଭାବରେ ଚାଲିବ। ମୋର ସଂସ୍ପର୍ଶରେ ଆସିଥିବା ଲୋକ ନିଜର ଯାଞ୍ଜ କରିବା ସହ ସତର୍କତା ପାଳନ କରନ୍ତୁ।
शुरुआती लक्षण दिखने पर मैंने कोविड की जांच कराई और मेरी रिपोर्ट पॉजिटिव आई है।
मैं सेल्फ आइसोलेशन में हूं और चिकित्सकों के परामर्श का पूर्णतः पालन कर रहा हूं। सभी कार्य वर्चुअली संपादित कर रहा हूं।
— Yogi Adityanath (@myogiadityanath) April 14, 2021
ସୂଚାନୁଯାୟୀ, ଗତକାଲିଠାରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜକୁ ଆଇସୋଲେଟ୍ କରି ରଖିଥିଲେ। କାରଣ ତାଙ୍କ କାର୍ଯ୍ୟାଳୟର କିଛି ଅଧିକାରୀ କରୋନା ସଂକ୍ରମିତ ହୋଇଥିଲେ।