(ଆଦର୍ଶ ରାଉତ): ରାଜଧାନୀ ଭୁବନେଶ୍ବରରେ ପୁଣି ଫୁଟିଲା ଗୁଳି । ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଜଣେ ବସ ମାଲିକଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ପ୍ରଥମେ ଗାଡି ସାଇଡ ମାରିବା ପରେ ଏଭଳି ଘଟଣା ଘଟିଥିଲା । ଏହାପରେ ଦୁର୍ବୁର୍ତ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ‘ସମ୍ପର୍କ’ ନାମକ ବସ୍ ମାଲିକ ପ୍ରୀତମ କୁମାର ଜେନାମଣିଙ୍କୁ ଗୁଳିମାଡ ହୋଇଛି । ଡାହାଣ ପଟ କାନ୍ଧରେ ଓ ପେଟରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଜେନାମଣିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ବୋଲେରୋ ରେ ୪ ଦୁର୍ବୁର୍ତ୍ତ ଆସି ଗୁଳିକରି ଫେରାର ହୋଇଯାଇଛନ୍ତି । ବସଷ୍ଟାଣ୍ଡ ଟେଣ୍ଡରକୁ ନେଇ ଗୁଳିମାଡ ହୋଇଥିବା ଜଣାପଡିଛି । ଖଣ୍ଡଗିରି ବାରିରେ ଟୁରିଷ୍ଟ ବସଷ୍ଟାଣ୍ଡ ଟେଣ୍ଡରକୁ ନେଇ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଅଭିଯୁକ୍ତ ନାମରେ ଆଗରୁ ଅପରାଧର କେସ ଥିବାରୁ ପୂର୍ବ ଶତୃତାକୁ ନେଇ ଗୁଳି କାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି ବୋଲି ସୁଚନା ଦେଇଛନ୍ତି ଡିସିପି ଅନୁପ ସାହୁ ।