ବ୍ରିଷ୍ଟଲ : ସାଧାରଣତଃ ବସ୍ ଷ୍ଟପ ଗୁଡିକରେ ଯାତ୍ରୀ ମାନେ ବସକୁ ଅପେକ୍ଷା କରିଥାନ୍ତି । ବସ୍ ଆସିବ ଆଉ ବସ ଆସିବା ପରେ ସମସ୍ତେ ନିଜ ନିଜ କର୍ମ କ୍ଷତ୍ର ବା ଗନ୍ତବ୍ୟ ସ୍ଥଳକୁ ଯିବେ । କିନ୍ତୁ ଗୋଟିଏ ଏମିତି ସ୍ଥାନ, ଯେଉଁଠି ବସ୍ ଷ୍ଟପ ଅଛି କିନ୍ତୁ ସେଠାକୁ ଆଜି ପର୍ଯ୍ୟନ୍ତ ବସ ତ ଦୂରର କଥା ତା ଛାଇ ମଧ୍ୟ ପଡି ନାହିଁ । ତେବେ ଇଂଲଣ୍ଡର ବ୍ରିଷ୍ଟଲରେ ରହିଛି ଏମିତି ବସ ଷ୍ଟପ ଯେଉଁଠାକୁ କେବେ ବି ବସ ଆସି ନାହିଁ ।
ଏଭଳି ଏକ ନିଆରା ବସ ଷ୍ଟପ ହଟୱେଲ ରାସ୍ତାରୁ ୫୦ କି.ମି ଦୂରରେ ଥିବା ଖୁବ ପତଳା ଓ ଉଠାଣିଆ ରାସ୍ତାରେ ଅବସ୍ଥିତ । ଏହି ରାସ୍ତା ଏତେ ଅଣ ଓସାରିଆ ଯେ, ଏଠାରେ ଗୋଟିଏ କାର ଯିବା ମାଧ୍ୟ ଅସମ୍ଭବ । ବସ୍ ଆସୁ ନଥିଲେ ବି ଏହି ବସ ଷ୍ଟପକୁ ପାଞ୍ଚଟି ଅଲଗା ଅଲଗା ବସ ଷ୍ଟପ ଉପଲବ୍ଧ ଅଛି । ଏପରିକି ଏହି ବସ୍ ଷ୍ଟପ ଟ୍ରାଭେଲ ଲାଇନ ଫୋନ ନମ୍ବର ଓ କୁକୁରକୁ ନେଇ ଚେତାବନୀ ସହ ବସ୍ ଆଗମନର ଘୋଷଣା ମଧ୍ୟ କରିଥାଏ ।
ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ । କହିରଖୁ କି, ୧୫ ବର୍ଷ ତଳେ ଏହି ବସକୁ ଉପହାସ ଛଳରେ ତିଆରି କରାଯାଇଥିଲା । ସେବେଠୁ ଏହାକୁ ଦେଖି ଲୋକେ ଦ୍ୱନ୍ଦରେ ପଡିଯାନ୍ତି ।