ତାମିଲନାଡୁ ବନ୍ୟାରେ ଓଡ଼ିଆ ପୁଅଙ୍କ ସାହସିକତା

ବିଷମ କଟକ (ରବିନ୍ଦ୍ର କୁମାର ସାହୁ) : ମୂଷଳ ଧାରରେ  ବର୍ଷା ଯୋଗୁଁ ସାଉଥ୍ ତାମିଲନାଡୁର ତିନଟି ଜିଲ୍ଲା କନ୍ୟାକୁମାରୀ, ଟିଟୁକୁଲାର୍, ଟିର୍ ନେର୍ ଭେଲିରେ ବ୍ୟାପକ କ୍ଷୟ କ୍ଷତି ହେବା ସହ ହଜାର ହଜାର ଲୋକ ଜଳବନ୍ଦିରେ ରହିଛନ୍ତି ବର୍ଷା ଏବଂ ବନ୍ୟା ଜଳରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାରରେ ଏନ୍.ଡି.ଅର୍.ଏଫ୍ ଚତୁର୍ଥ ବାଟାଲିୟନର ଓଡ଼ିଆ ଯବାନ ମାନେ  ନିୟୋଜିତ ହେଇଛନ୍ତି ନିଜ ଜୀବନକୁ ବାଜି ଲଗାଇ  ରାଜେନ୍ଦ୍ର ଗନ୍ତାୟତ, ଜଗଦୀଶ ମହାରଣା, ଅକ୍ଷୟ କୁମାର ଗୌଡ଼, ଆଶାଦୀପ ତ୍ରିପାଠୀ  ବନ୍ୟା ପ୍ରଭାବିତ ଲୋକଙ୍କୁ, ଜଳ, ଶୁଖା ଖାଦ୍ୟ ସାମଗ୍ରୀ, କ୍ଷୀର ଇତ୍ୟାଦି ବାଣ୍ଟନ କରିବା ଅନେକ ଛୋଟ ଛୋଟ ଛୁଆ , ବୃଦ୍ଧା ଲୋକଙ୍କୁ ଜଳମଗ୍ନ ସ୍ଥାନରୁ ଉଦ୍ଧାର କରିବାର ଦେଖିବାକୁ ମିଳିଛି।