ମୋବାଇଲ ବ୍ୟାଟେରୀ ଫାଟି ନାବାଳକ ଗୁରୁତର

(ଚିତ୍ତରଞ୍ଜନ ସାହୁ) ବରଗଡ: ବରଗଡ ଜିଲ୍ଲା ପାଇକମାଲ ବ୍ଲକ ସିନ୍ଧେଇକେଲା ପଞ୍ଚାୟତ ଅନ୍ତର୍ଗତ ମାଲପଡା ଗ୍ରାମର ମଧୁବନ ଭୋଇଙ୍କ ୧୨ ବର୍ଷର ପୁଅ ପବିତ୍ର ଶନିବାର ସନ୍ଧ୍ୟାରେ ଏକ ମୋବାଇଲ ଧରି ଖଳୁଥିବା ସମୟରେ ମୋବାଇଲର ବ୍ୟାଟେରୀ ଫାଟିଯାଇଛି । ଫଳରେ ପବିତ୍ରର ଦୁଇ ହାତ ଓ ଦେହ ଖଣ୍ଡିଆ ଖାବରା ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପଵିତ୍ରକୁ ପ୍ରଥମେ ନୂଆପଡା ଜିଲ୍ଲା ଚିକିତ୍ସାଲୟକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।