ଗଙ୍ଗା ଘାଟରେ ମୃତଦେହକୁ ଟାୟାର ଓ ପେଟ୍ରୋଲ ଯୋଗେ ଶବ ସଂସ୍କାର
କରୋନା ସମୟରେ ଉତ୍ତରପ୍ରଦେଶରୁ ଗୋଟିଏ ପରେ ଗୋଟିଏ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳୁଛି । କେତେବେଳେ ଗଙ୍ଗାନଦୀରେ ଶବ
(ଉତ୍ତରପ୍ରଦେଶ) : କରୋନା ସମୟରେ ଉତ୍ତରପ୍ରଦେଶରୁ ଗୋଟିଏ ପରେ ଗୋଟିଏ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳୁଛି । କେତେବେଳେ ଗଙ୍ଗାନଦୀରେ ଶବ ଫିଙ୍ଗା ହେଉଛି ତ ଆଉ କେବେ କରୋନା ପଜିଟିଭ ଶବକୁ ଏଣେତେଣେ ଫିଙ୍ଗା ଚାଲିଛି । ଇଏ ତ ସାଧାରଣ ଜନତାଙ୍କ କଥା । ଏବେ ଏଭଳି ଏକ ଘଟଣା ବିଷୟରେ ଦେଖିବାକୁ ମିଳିଛି ଯାହା ଆଶ୍ଚର୍ଯ୍ୟ ଲାଗିବ ସ୍ୱାଭାବିକ । ଆଇନର ରକ୍ଷକ ପୋଲିସ କର୍ମଚାରୀମାନେ ମଧ୍ୟ ଏଭଳି କିଛି କାର୍ଯ୍ୟ କରିଛନ୍ତି ଯାହା ପାଇଁ ସେମାନଙ୍କୁ ନିଲମ୍ବିତ କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏହି ଘଟଣା ଘଟିଛି ରାଜ୍ୟରେ ବାଲ୍ଲିଆ ଜିଲ୍ଲାରେ। ଗଙ୍ଗା ଘାଟରେ ମୃତଦେହକୁ ଟାୟାର ଓ ପେଟ୍ରୋଲ ଯୋଗେ ପୋଡ଼ାଯାଉଛି। କିଛି ପୋଲିସ କର୍ମଚାରୀ ଅନ୍ତିମ ସଂସ୍କାର କାର୍ଯ୍ୟର ତଦାରଖ କରୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ପୁଣିଥରେ ଉତ୍ତରପ୍ରଦେଶ ସରକାରଙ୍କ ଅପାରଗତା ପଦାରେ ପଡ଼ିଛି।
ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ନଦୀରୁ ବାହାର କରାଯାଇଥିବା ଏକ ଶବକୁ ପୋଡ଼ିବା ପାଇଁ ଜୁଇ ନିଆଁରେ ପେଟ୍ରୋଲ ପକାଉଛନ୍ତି ଓ ଗାଡ଼ି ଟାୟାର ମଧ୍ୟ ନିଆଁରେ ଜାଳୁଛନ୍ତି। ଆଉ ସେଠାରେ ଉପସ୍ଥିତ ରହି ଏହି ମସସ୍ତ ଘଟଣାକୁ ଦେଖୁଛନ୍ତି ବିଭାଗୀୟ ଅଧିକାରୀ।