ବାଦାମବାଡି ଅଞ୍ଚଳ ଆପାର୍ଟମେଣ୍ଟରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର

କଟକ : ଆପାର୍ଟମେଣ୍ଟରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ବାଦାମବାଡ଼ି ଅଞ୍ଚଳ ବିକାଶଭବନ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ । ଝୁଲନ୍ତା ଅବସ୍ଥାରେ ବାପାଙ୍କ ମୃତଦେହ ଉଦ୍ଧାର ହୋଇଛି । ନିକଟରେ ନାବାଳିକା ଝିଅର ମଧ୍ୟ ମୃତଦେହ ମିଳିଥିଲା । ମୃତକ ହେଲେ ମାନସ ରଞ୍ଜନ ଦାସ ଓ ତାଙ୍କ ଝିଅ ।

ସୂଚନା ଅନୁଯାୟୀ, ଆପାର୍ଟମେଣ୍ଟରେ ବାପା ଝିଅ ଭଡ଼ାରେ ରହୁଥିଲେ । ଝିଅର ମାନସିକ ସ୍ଥିତି ଠିକ ନଥିଲା ବୋଲି କୁହାଯାଉଛି । ଖବର ପାଇ ବାଦାମବାଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ କଟକ ଏସସିବିକୁ ପଠାଥିବା କୁହାଯାଉଛି। ନିଜ ଝିଅକୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ଅଛି ପୋଲିସ ତଦନ୍ତ କରୁଛି । ଅନ୍ୟପଟେ ମୃତକଙ୍କ ମୋବାଇଲକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ ।