ଏଥର ଖରାଛୁଟିରେ ପିଲାଙ୍କ ପାଇଁ ହେବ ହ୍ୱାଟ୍ସଆପ୍ରେ ସମର ଲର୍ଣ୍ଣିଂ ବ୍ୟବସ୍ଥା । ଏହି ଲଣ୍ଣିଂ ବ୍ୟବସ୍ଥାରେ ବାପା ମାଆଙ୍କ ହ୍ୱାଟ୍ସଆପ୍ ଜରିଆରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍ମେଣ୍ଟ । ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ବ୍ୟବସ୍ଥା ନେଇ ସବୁ ଡିଇଓଙ୍କୁ ଚିଠି ଲେଖିଛି ଓସେପା । ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆସନ୍ତା ୨୫ ସୁଦ୍ଧା ହ୍ୱାଟ୍ସଆପ୍ ଗ୍ରୁପ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
![]()
ଶିଶୁ ବାଟିକାଠାରୁ କ୍ଲାସ୍-୮ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବର୍ଗ ଓ ବିଷୟ ଅନୁସାରେ ଅଭ୍ୟାସ ପତ୍ର ପ୍ରସ୍ତୁତ କରାଯାଇଛି, ଯାହା ଗ୍ରୀଷ୍ମ ଛୁଟି ସମୟରେ ଅଭ୍ୟାସ ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଏହା ସହିତ, କ୍ଲାସ୍-୮ ପର୍ଯ୍ୟନ୍ତ ଅଡିଓ-ଭିଜୁଆଲ୍ ତଥ୍ୟ ସହ ଲିଙ୍କ୍ ଯୁକ୍ତ ଅଭ୍ୟାସ ପତ୍ର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ସିଧାସଳଖ ଛାତ୍ରଛାତ୍ରୀଙ୍କୁ ପଠାଯିବ ।
