ପୁରୀ : ମହାପ୍ରଭୁଙ୍କର ହେଲା ମହାସ୍ନାନ। ଭିତରକାଠ ପାଖରେ ଡ୍ଯୁଟିରେ ଥିବା ଜଣେ OSAP ଜବାନଙ୍କ ଗୋଡ଼ରେ ଭଙ୍ଗା କାଚ ପଶିଯିବା ଯୋଗୁଁ ରକ୍ତସ୍ରାବ ହୋଇଥିଲା। ଏଣୁ ବିଧି ପରମ୍ପରା ଅନୁଯାୟୀ ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବା ଯୋଗୁଁ ମହାପ୍ରଭୁଙ୍କର ମହାସ୍ନାନ ହୋଇଛି। ସକାଳୁ ମହାପ୍ରଭୁଙ୍କର ମଙ୍ଗଳାଳତୀ ବଢି ମଇଲମ ଓ ଅବକାଶ ନିତି ସମ୍ପୁର୍ଣ୍ଣ ହେବା ପରେ ଗୋପାଳବଲ୍ଲଭ ପୂର୍ବରୁ ଶ୍ରୀବିଗ୍ରହମାନଙ୍କର ମହାସ୍ନାନ ହୋଇଛି।ତେବେ ଆଜି ମହାପ୍ରଭୁ ଦୁଇଥର ସ୍ନାନ କରିବେ। ପ୍ରଥମେ ଅବକାଶ ନିତି ରେ ମହାପ୍ରଭୁ ସ୍ନାନ କରିଥିଲେ ଏବେ ମହାସ୍ନାନ ଯୋଗୁଁ ଆଉଥରେ ସ୍ନାନ କରିବେ। ମହାସ୍ନାନ ପରେ ପୁନର୍ବାର ଅନ୍ଯାନ୍ଯ ନିତି ଆରମ୍ଭ ହେବ। ମହାପ୍ରଭୁଙ୍କ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିଛି। ସେପଟେ ଆଜି ମହାପ୍ରଭୁଙ୍କ ପଇତା ଲାଗି ନିତି ଯୋଗୁଁ ଅପରାହ୍ନ ପ୍ରାୟ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।