ରାଇରଙ୍ଗପୁରରେ ବ୍ଳକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ: ରାଜ୍ୟର ପ୍ରଗତି ପାଇଁ ଶ୍ରମିକଙ୍କ ଭୂମିକା ଅନନ୍ୟ ।ସେହି ଶ୍ରମିକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା କରୁଥିବାବେଳେ ସେମାନଙ୍କୁ ପଂଜୀକରଣ କରିବା , ସାମାଜିକ ସୁରକ୍ଷା ଦେବା, ସେମାନଙ୍କ ଗମନା ଗମନ ପାଇଁ ସାଇକେଲ, ଝିଅଙ୍କ ବିବାହ ଖର୍ଚ, କାମ କରୁଥିବା ସମୟରେ ମୃତ୍ୟୁ ଜନିତ କ୍ଷତିପୂରଣ, ସେମାନଙ୍କ ପିଲାମାନଙ୍କୁ ପାଇଁ ଉଚ୍ଚ ଶିକ୍ଷା ଇତ୍ୟାଦି ସୁବ୍ୟବସ୍ଥା କରାଯାଇଛି।

ତେବେ ଆଜି ରାଇରଙ୍ଗପୁର ସହରର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ରାଇରଙ୍ଗପୁର ବ୍ଳକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ସଭାପତି ଭାଵେ ଡିଭିଜନାଲ ଲେବର କମିଶନର ମହେଶ୍ୱର ନାୟକ, ମୁଖ୍ୟ ଅତିଥି ଭାବେ ମୋରଡା ବିଧାୟକ ରାଜ କିଶୋର ଦାସ, ସମ୍ମାନିତ ଅତିଥି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଜିଲ୍ଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ ମହାମାନସିଂ, ରାଇରଙ୍ଗପୁରୟ ସହକାରୀ ଶ୍ରମ ଅଧିକାରୀ ନିରଞ୍ଜନ ନାୟକ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ପଚାଶ ହଜାର ଟଙ୍କା ଲେଖାଏଁ ୭ ଜଣ ଶ୍ରମିକଙ୍କୁ ସେମାନଙ୍କ ସନ୍ତାନ ବିବାହ ଖର୍ଚ୍ଚ ପାଇଁ ତିନି ଲକ୍ଷ ପଚିଶ ହଜାର ଟଙ୍କାର ସହାୟତା କରାଯାଇଥିଲା । ସେହିଭଳି ୨୫ ଜଣ ଶ୍ରମିକଙ୍କ ମୃତ୍ୟୁ ପାଇଁ ସେମାନଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ, ୧୯ ଜଣଙ୍କ ଅନ୍ତେଷ୍ଟିକ୍ରିୟା ପାଇଁ ଜଣକ ପିଛା ପାଞ୍ଚ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହାସ଼ହ ୨୫୦ ଜଣ ଶ୍ରମିକଙ୍କୁ ପରିଚୟ ପ୍ରଦାନ କରାଯାଇଥିବା ବେଳେ ୭୦ ଜଣ ଅସଂଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ୟ୍ୟକ୍ରମରେ ୩୫୦ ଜଣ ପୁରୁଷ ଓ ମହିଳା ଶ୍ରମିକ ଯୋଗ ଦେଇଥିଲେ । ଏବଂ ସରକାର ସେମାନଙ୍କ ପ୍ରତି ସହାୟତାର ହାତ ବଢ଼ାଇଥିବାରୁ ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ।