ଭୁବନ/କଳ୍ପତରୁ ଜେନା : ଢେଙ୍କାନାଳ ଜିଲ୍ଲା ଭୁବନ କାନରା ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଏକ କଳା ପଲସରରେ ପିଛା କରି ଟଙ୍କା ଭର୍ତ୍ତୀ ଭ୍ୟାନିଟକୁ ଛଡାଉଥିବା ସମୟରେ ଦୁଇ ମହିଳାଙ୍କଠାରୁ ଛଡାଇ ନପାରି ଫେରାର ହୋଇଥିଲେ । ତେବେ ଘଟଣାରୁ ଜଣାପଡିଛି ଯେ ଭୁବନ ଥାନା ଅନ୍ତର୍ଗତ କୁନିଦା ଗ୍ରାମର ହରିଓମ ସ୍ବଂୟ ସହାୟକ ଗୋଷ୍ଠୀର ଦୁଇ ମହିଳା ଆଜି ଭୁବନ କାନରା ବ୍ୟାଙ୍କର ଗ୍ରୁପ ଖାତାରୁ ତିନି ଲକ୍ଷ ଟଙ୍କା ଉଠାଇ ଗାଡ଼ିରେ ଘରକୁ ଫେରୁଥିଲେ ।
ଏହି ବାଇକରେ ତିନି ବର୍ଷର ନାବାଳକ ସହିତ ଜଣେ ପୁରଷ ଓ ଦୁଇ ଜଣ ମହିଳା କୁନିଦା ଗ୍ରାମକୁ ଫେରୁଥିଲେ। ଭୁବନ କାନରା ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ । ସେମାନେ ହେଲେ ମାତାଜୀ ବେହେରା ୨୫ ବର୍ଷ ପୁଅ ସୂର୍ଯ୍ୟ ପ୍ରକାଶ ବେହେରା ତିନି ବର୍ଷ, ସଞ୍ଜୟ ମହାରଣା ୩୮ ବର୍ଷ, ସରଶ୍ବତୀ ମହାରଣା ୪୦ ବର୍ଷ । ତେବେ ସରସ୍ବତୀ ମହାରଣା ନିଜ ଭ୍ୟାନିଟରେ ଟଙ୍କା ରଖି ଗାଡି ମଝିରେ ବସିଥିବା ବେଳେ ମାତାଜୀ ବେହେରେ ପଛରେ ବସିଥିଲେ । ତେବେ ଏମାନେ ଭୁବନ ରୁ ଘରକୁ ଫରୁଥିବା ସମୟରେ ଏକ କଳା ପଲସର ସେମାନଙ୍କୁ ପିଛା କରି ଭୁବନ ଥାନା ନିକଟ ଜାତୀୟ ରାଜପଥ ୫୩ରୁ ଟଙ୍କା ଭର୍ତ୍ତୀ ଭ୍ୟାନିଟକୁ ଛଡାଇବାକୁ ଉଦ୍ୟମ କରିଥିଲେ ।
ଛନତାଇ ସମୟରେ ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟ ତଳେ ପଡିଯିବା ପରେ ପଲସରରେ ଥିବା ଦୁଇ ଦୁର୍ବୁତ୍ତ ଫେରାର ହୋଇଥିଲେ । ତେବେ ଗୁରୁତର ଚାରି ଜଣଙ୍କୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ । ସେଠାରେ ସମସ୍ତେ ଚିକିତ୍ସିତ ହେଉଥିବା ସମୟରେ ଭୁବନ ପୋଲିସ ଖବର ପାଇ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଛି ।