( ଟୁକୁନା ଖରା / ନବରଙ୍ଗପୁର ) : ନବରଙ୍ଗପୁର ପୌରପାଳିକାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି।ନିହାତି ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଘର କିମ୍ବା ଘରବାରି ପଟ୍ଟା,ଷ୍ଟଲ ଆବଣ୍ଟନରେ ଅନିୟମିତତା,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା,ରାସ୍ତା ଓ ଡ୍ରେନ ତିଆରି ନିମ୍ନମାନର ହେଉଥିବା ଏଭଳି ଅଭିଯୋଗ ଆଣିଛି ବିଜେପି।ଆଜି ସ୍ଥାନୀୟ ବିଜେପି ଜିଲ୍ଲା କାର୍ୟ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଏଭଳି ଅଭିଯୋଗ କରିଛନ୍ତି।ଅଭିଯୋଗ ପ୍ରକାରେ ପ୍ରକୃତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯାଉ ଏବଂ ଅଭିଯୋଗ ଗୁଡିକର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବି ହୋଇଛି।