(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଗତ ଦୁଇ ଦିନ ତଳେ କଂଗ୍ରେସରୁ ଇସ୍ତାଫା ଦେଇ ବିଜେପିରେ ମିଶିଥିବା ମଧ୍ୟପ୍ରଦେଶର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଆଜି ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଅନ୍ୟ ବରିଷ୍ଠ କାର୍ୟ୍ୟକତାମାନଙ୍କ ଗ୍ରହଣରେ ଆସି ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହା ସହ ବଜେପିର ଅନ୍ୟତମ ପ୍ରାର୍ଥୀ ସୁମେର ସିଂ ସୋଲାଙ୍କୀ ମଧ୍ୟ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଦେଶର ବିଭିନ୍ନ ରାଜ୍ୟର ୫୫ ଟି ରାଜ୍ୟସଭା ଆସନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ । ପ୍ରାର୍ଥୀପତ୍ର ଦାଖଲର ଶେଷଦିନରେ ଅନେକ ବରିଷ୍ଠ ନେତାମାନେ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ରାଜ୍ୟସଭା ପାଇଁ ।