ଓବିସିଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଯିବ ବିଜେଡି
ରାଜେସ ସାହୁ: ରାଜ୍ୟରେ ଓବିସି ରାଜନୀତି ସରଗରମ । ପୁଣି ବିଜେଡି ଦାବି କଲା ଜାତିଭିତ୍ତିକ ଜନଗଣନା । କହିଲା, ଏନଡିଏ ସହଯୋଗୀ ଦଳ ଜାତିଭିତ୍ତିକ ଜନଗଣନାକୁ ସମର୍ଥନ କରୁଥିବା ବେଳେ ବିଜେପି ଚୁପ୍ କାହିଁକି? ଏପଟେ କଂଗ୍ରେସ ଏହାକୁ ସ୍ୱାଗତ କରିଛି ।
ନିର୍ବାଚନ ଯେତେ ପାଖଉଛି ସେତେ ସରଗରମ ହେଉଚି ରାଜ୍ୟ ରାଜନୀତି । କଂଗ୍ରେସ,ବିଜେପି ଓ ବିଜେଡି ମଧ୍ୟରେ ଦେଖିବାକୁ ମିଳିଛି ପଛୁଆବର୍ଗଙ୍କୁ ନେଇ ଗୋଟିଚାଳନା । ପୁଣିଥରେ ଜାତିଭିତ୍ତିକ ଜନଗଣନା ଦାବି କଲା ବିଜେଡି । ଜାତିଭିତ୍ତିକ ଜନଗଣନା ନହେବା ଦ୍ୱାରା ପଛୁଆବର୍ଗଙ୍କ ବିକାଶ ହୋଇପାରୁନାହିଁ । ସଂଘୀୟ ଢାଞ୍ଚା ଏଥିପାଇଁ ପ୍ରତିବନ୍ଧକ ସାଜିଛି । ଏକାକୀ ନୁହେଁ ମିଳିମିଶି ଏହି ଦାବିକୁ ସମର୍ଥନ କରିବାକୁ ଅପିଲ କରିଛି ବିଜେଡି । ଯଦି କୌଣସି ଦଳ ଏହି ଲଢେଇରେ ସାମିଲ ନ ହୁଅନ୍ତି ତେବେ ଏକାକୀ ବିଜେଡି ପଲ୍ଲୀରୁ ଦିଲ୍ଲୀ ଯାଏଁ ଏନେଇ ସ୍ୱର ଉଠାଇବ ବୋଲି କହିଛନ୍ତି ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ମନ୍ତ୍ରୀ ଅରୁଣ ସାହୁ ।
ଏବେ ଜାତିଭିତ୍ତିକ ଜନଗଣନାକୁ ନେଇ ପୂରା ଦେଶରୁ ଦାବି ଉଠିଲାଣି । ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଦଳ ନବୀନଙ୍କ ଏଭଳି ପ୍ରସ୍ତାବକୁ ଏବେ ସମର୍ଥନ କରୁଥିବାର ଦେଖିବାକୁ ମିଳିଲାଣି । ଏପରିକି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ୧୦ଟି ଦଳର ନେତା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଦେଶରେ ଜାତି ଆଧାରରେ ଜନଗଣନା ହେଉ ବୋଲି ଦାବି ଜଣାଇଛନ୍ତି । ଏପଟେ ଏହାକୁ ରାଜ୍ୟ କଂଗ୍ରେସ ମଧ୍ୟ ସେହାଯୋଗ କରୀବ । ହେଲେ ବିଜେପି ଏହା ଉପରେ କୈ÷ାଣସି ସଠିକ ଉତ୍ତର ଦେଇ ନାହିଁ । ବିଜେପି କହିଛି ରାଜ୍ୟ ସରକାର ଓଡିସା ବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ନିର୍ବାଚନ ଆସୁଥିବାରୁ ମିଛି ମିଛିକା ଅଭିନୟ କରୁଛି ।
ତେବେ ରାଜ୍ୟରେ କେତେ ସଫଳ ହେବ ବିଜେଡିର ମାଷ୍ଟର ଟ୍ରାଟେଜି ତାହା ତ ଆଗାମୀ ଦିନ କହିବ । ହେଲେ ଏହି ରାଜନୀତିରେ ବିଜେପି ଧିରେ ଧିରେ ଛନ୍ଦି ହେବାରେ ଲାଗିଛି. ।