ଭୁବନେଶ୍ୱର: ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲ ଆଜି ରାଜ୍ୟ ମାନବାଧିକାର କମିଶନ(ଓଏଚଆରସି)ର ଅଧ୍ୟକ୍ଷଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ନଭେମ୍ବର ୨୭ ତାରିଖରେ ଓଏଚଆରସିର ଅଧ୍ୟକ୍ଷଭାବେ ନୁଯୁକ୍ତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ କମିଟର ସୁପାରିଶକୁ ରାଜ୍ୟପାଳ ଗଣେଶୀ ଲାଲ ଅନୁମୋଦନ ଦେଇଥିଲେ ।
ଜଷ୍ଟିସ ପଟେଲ ଓଡିଶା ହାଇକୋର୍ଟରେ ୨୦୦୮ରୁ ୧୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେହିପରି ୨୦୦୭ରୁ ୨୦୦୮ ପର୍ଯ୍ୟନ୍ତ ସେ ରାଜ୍ୟ ସରକାରଙ୍କ ଆଇନ ବିଭାଗର ପ୍ରନ୍ସିପାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରିଥିଲେ । ସେ ପୂର୍ବତନ ଅଧ୍ୟକ୍ଷ ବି ପି ଦାସଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନଭେମ୍ବର ୧୪ ତାରିଖରେ ଦାସ ଅବସର ନେଇଛନ୍ତି ।
SR