ମୋ ଶରୀର ଭିତରେ ରାସାୟନିକ ପଦାର୍ଥ ରଖିପାରିବି ନାହିଁ : ବିଜୟ ଆନନ୍ଦ

କରୋନା ଭାଇରସ୍ ସମଗ୍ର ବିଶ୍ୱକୁ କବଜା କରିଛି । ବିଭିନ୍ନ ଦେଶରେ ଟୀକାକରଣ ଅଭିଯାନ ଏହାର ବିସ୍ତାରକୁ ରୋକିବାରେ ସାହାଯ୍ୟ କରିଛି ।

(ମୁମ୍ବାଇ) : କରୋନା ଭାଇରସ୍ ସମଗ୍ର ବିଶ୍ୱକୁ କବଜା କରିଛି । ବିଭିନ୍ନ ଦେଶରେ ଟୀକାକରଣ ଅଭିଯାନ ଏହାର ବିସ୍ତାରକୁ ରୋକିବାରେ ସାହାଯ୍ୟ କରିଛି । ତଥାପି, ଏପରି କିଛି ଲୋକ ଅଛନ୍ତି ଯିଏ ଟୀକାକରଣକୁ ବିଶ୍ୱାସ କରୁନାହାନ୍ତି। ଅଭିନେତା ବିଜୟ ଜେ ଆନନ୍ଦ ସେମାନଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ଏକ ସାକ୍ଷାତକାରରେ ସେ ଟୀକାକରଣକୁ ରାଜନୀତି ସହ ଯୋଡିଥିଲେ ଏବଂ ଏହାକୁ ସବୁଠାରୁ ବଡ ଘୋଟାଲା ବୋଲି କହିଥିଲେ। ‘ଶେରଶାହ’ ଅଭିନେତା ଏହା ମଧ୍ୟ କହିଛନ୍ତି ଯେ ‘ ପଛେ ନିଜ କାମ ଛାଡ଼ି ଦେବି କିନ୍ତୁ ଭ୍ୟାକସିନ୍‌ ନେବିନି।

ସୂଚନାନୁଯାୟୀ , ବିଜୟ ଆନନ୍ଦ ହିନ୍ଦୁସ୍ତାନ ଟାଇମ୍ସ ସହ ଏକ ବାର୍ତ୍ତାଳାପରେ ପ୍ରକାଶ କରିଛନ୍ତି ଯେ ସେ ଦୁଇଟି ଫିଲ୍ମ ହରାଇଛନ୍ତି ଯାହା ଲଣ୍ଡନରେ ସୁଟିଂ ହେବାକୁ ଥିଲା। ଯେଉଁଥିରେ ୱେବ୍ ସିରିଜ୍ ମଧ୍ୟ ସାମିଲ ଥିଲା। ସେ କହିଛନ୍ତି, ମୁଁ ଦୁବାଇରେ ଏକ ପୁରସ୍କାର ମିଳିବାର ଥିଲା, କିନ୍ତୁ ମୁଁ ସେଠାକୁ ଯାଇପାରିବି ନାହିଁ । ବୃତ୍ତିଗତ ଭାବରେ ମୁଁ ଏସବୁ ଦେଖିଛି । ମୋତେ ପଛେ ଚାକିରି ଛାଡ଼ିବାକୁ ପଡ଼ୁ, କିନ୍ତୁ ମୁଁ ଭ୍ୟାକସିନ୍‌ ନେବିନି। ଏହା ପଛର କାରଣ ପଚରାଯିବାରୁ ସେ କହିଥିଲେ, ମୋ ପାଇଁ ମୋ ଶରୀର ଏକ ମନ୍ଦିର, ଏବଂ ମୁଁ ମୋ ଶରୀର ଭିତରେ କୌଣସି ରାସାୟନିକ ପଦାର୍ଥ ରଖିପାରିବି ନାହିଁ। ଅଭିନେତା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କ ପତ୍ନୀ ଏପର୍ଯ୍ୟନ୍ତ କରୋନା ଟିକା ନେଇ ନାହାଁନ୍ତି ।