ବିଦ୍ୟା ନିଜେ ନିଜର ପ୍ରତିଯୋଗୀ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବଲିଉଡର ଚୁଲବୁଲି ନାୟିକା ବିଦ୍ୟା ବାଲନଙ୍କ ଅଭିନୟ ଦକ୍ଷତା, ସୌନ୍ଦର୍ଯ୍ୟ ଓ ବୋଲ୍ଡନେସରେ ମତୁଆଲା ସିନେ ପ୍ରେମୀ । ଯେଉଁ କେତୋଟି ଚଳଚିତ୍ରରେ ସେ ଅଭିନୟ କରିଛନ୍ତି, ଦର୍ଶକ ସେହି ସବୁ ଫିଲ୍ମ ଦେଖିବାର ସୁଯୋଗ ହାତଛଡା କରନ୍ତି ନାହିଁ ।
ତେବେ ଫିଲ୍ମ ଜଗତରେ ପ୍ରତିଯୋଗିତା, ଇର୍ଷା ଅଙ୍ଗାଅଙ୍ଗିଭାବେ ଜଡିତ ଥିବା ବେଳେ କିନ୍ତୁ ଏସବୁଠାରୁ ଉଦ୍ଧ୍ୱର୍ରେ ବିଦ୍ୟା । ତାଙ୍କ ଅନୁଯାୟୀ ସେ ତାଙ୍କ ନିଜର ବିରୋଧି । ଆଇନା ଆଗରେ ଠିଆ ହୋଇ ସେ ନିଜର ଦୋଷ ଦୁର୍ବଳତା ବାହାର କରନ୍ତି ବୋଲି ଏକ ସାକ୍ଷାତକାର ବେଳେ କହିଛନ୍ତି । ସେ ଆହୁରି କହିଛନ୍ତି, ଅନ୍ୟର କଥାକୁ ସେ ଗୁରୁତ୍ୱ ଦିଅନ୍ତି ନାହିଁ । ଲୋକଙ୍କ ପସନ୍ଦ ନାପସନ୍ଦ ଉପରେ କହିଛନ୍ତି, କାହାକୁ ଯଦି ତାଙ୍କର କୌଣସି କାମ ବା ବ୍ୟବହାର କାହାକୁ ଖରାପ ଲାଗୁଛି, ସେଥିରେ ବିବ୍ରତ ହୁଅନ୍ତି ନାହିଁ । ଅନ୍ୟ କେହି ସେସବୁକୁ ପସନ୍ଦ କରୁଥିବ । ବିଦ୍ୟାଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି ବିଦ୍ୟା ସବୁବେଳେ ବିନ୍ଦାସ ।