ପୁଣି ରାଜଧାନୀରେ ବୁଲିଲା ଖଣ୍ଡା । ଲୁଟ୍ ପାଇଁ କାଠ ମିସ୍ତ୍ରୀଙ୍କୁ ଖଣ୍ଡା ଚୋଟ । ଭୁବନେଶ୍ବର ମଞ୍ଚେଶ୍ୱର କାଳିଖମା ନିକଟରେ ଦୁର୍ବୁତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଯିବା ବାଟରେ ଅଟକାଇ ମୋବାଇଲ ସହ ଛଡାଇନେଲେ ଟଙ୍କା । ଜୀବନ ବିକଳରେ ବିଲ ଭିତରକୁ ଦୌଡ଼ି ପଲାଇଲେ ଯୁବକ । ଏହାପରେ ଗାଡ଼ି ନେଇ ଛୁ ମାରିଲେ ଦୁର୍ବୃତ୍ତ ।

ତେବେ ଲୁଟର ଶିକାର ହୋଇଥିବା ସଞ୍ଜୟ ମହାରଣାଙ୍କୁ ପିସିଆର ଭ୍ୟାନ୍ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ତାଙ୍କ ପିଠିରେ ଓ ହାତରେ ଗଭୀର କ୍ଷତ ଲାଗିଛି । ମଙ୍ଗଳବାର ସଞ୍ଜୟ ପଟିଆରୁ ଫେରୁଥିବାବେଳେ ୩ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ତାଙ୍କୁ ଅଟକାଇଥିଲେ । କିଛି ବୁଝିବା ପୂର୍ବରୁ ସଞ୍ଜୟଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୁତ୍ତ । ଏପରିକି ଆକ୍ରମଣ ଶିକାର ସଞ୍ଜୟ ହାତ ଯୋଡ଼ି ନେହୁରା ହେବ ସତ୍ତ୍ୱେ ସେମାନେ ତାଙ୍କୁ ଛାଡି ନଥିଲେ । ଶେଷରେ ଜୀବନ ବିକଳରେ ସଞ୍ଜୟ ବିଲ ଭିତରକୁ ଦୌଡ଼ି ପଳାଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି ।