ବୋରିଗୁମ୍ମା ବ୍ଲକ କାମତା ଗ୍ରାମରେ ୧୨ ବର୍ଷ ପରେ କୃଷି ଭିତ୍ତିକ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଚାଷ କାର୍ଯ୍ୟ ସହିତ ମଣିଷ, ଗୃହ ପାଳିତ ପଶୁଙ୍କ ରୋଗ ଦାଉରୁ ରକ୍ଷା ପାଇଁ ଆଦିବାସୀ ପରମ୍ପରା ଅନୁଯାୟୀ କୋରାପୁଟ ଜିଲ୍ଲାର ବିଭିନ୍ନ ଗାଁ ମାନଙ୍କରେ ଏହି ଯାତ୍ରା ପାଳନ ହୁଏ ।ପରମ୍ପରା ଅନୁଯାୟୀ 12 ବର୍ଷ କୁ ଥରେ କାମତା ଗ୍ରାମ ରେ ମଧ୍ୟ ଏହି ବର୍ଷ ଆଦିବାସୀ ସଂସ୍କୃତି, ପରମ୍ପରା , ଲୋକକଥା କୁ ବହନ କରୁଥିବା ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତ ସମାଗମ ହୋଇଛି । ଏହି ଐତିହାସିକ ବାଲିଯାତ୍ରା ୨ ଦିନ ଚାଲିବ ।
୩ମାସ ଆଗରୁ ବାଲି ଘରେ ଗ୍ରାମ ଦେବତୀଙ୍କୁ ପୂଜାର୍ଚ୍ଚନା ଆଦିବାସୀ ରୀତି ନୀତି ଅନୁସାରେ ଆରମ୍ଭ ପରେ ଗତ ୧୯ ଏପ୍ରିଲରେ ନଦୀ କୁଳରେ ମାଟି ଦେବତା ଙ୍କୁ ପୂଜା ପରେ ପଟୁ ମାଟି ଯୁକ୍ତ ବାଲି ସଂଗ୍ରହ କରି ସ୍ଥାନୀୟ କୃଷକ ମାନଙ୍କ ଠାରୁ ବିଭିନ୍ନ ଶସ୍ୟକୁ ସଂଗ୍ରହକରି ବାଉଁଶ ଟୋକେଇ ରେ ରୋପଣ କରାଯାଇଥିଲା । ସେହି ଶସ୍ୟ ଗଜା ହେବା ପରେ ମହିଳା ମାନେ ମୁଣ୍ଡ ରେ ବୋହି ବାଲି ଘରୁ ଗ୍ରାମ ଦେବତୀଙ୍କ ପାଖକୁ ନିଆ ଯାଇଥିଲା । ଏହି ଅବସରରେ ବିଭିନ୍ନ ଆଦିବାସୀ ପଟୁଆର ସହିତ , ଘଣ୍ଟ ବାଦ୍ୟ , ଆଦିବାସୀ ବାଦ୍ୟ, ଦୁରୁଆ ନୃତ୍ୟ ଓ ମୀନା ବଜାର ଦେଖିବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର କୋଣ ଅନୁକୋଣ ରୁ ହଜାର ହଜାର ଲୋକ ଜମା ହୋଇଥିଲେ । ବୋରିଗୁମ୍ମା ବ୍ଲକ ର ପୋଡ଼ାପଦର୍ ଥରେ ଗତ ୨୬ ତାରିଖ ରେ ମଧ୍ୟ ଧୁମ୍ ଧାମ ରେ ଏହି ଯାତ୍ରା ଅନୁଷ୍ଠିତ ହୋଇ ଥିଲା । ମେ ୭ ତାରିଖ ଦିନ ବ୍ଲକର କୁମୁଲି ଗ୍ରାମ ରେ ମଧ୍ୟ ଦିର୍ଘ୍ 12 ବର୍ଷ ପରେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣା ପଡ଼ିଛି । ଏହି ବାଲିଯାତ୍ରା ପାଇଁ ବୋରିଗୁମ୍ମା ବ୍ଲକ ଚଳ ଚଞ୍ଚଳ ହୋଇ ଉଠିଛି ।