ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ ବିଭ୍ରାଟ । ସେବାୟତଙ୍କ ବିବାଦ ଯୋଗୁଁ ଚାପ ନ ଖେଳି ବାହୁଡ଼ିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ,ଭୂଦେବୀ , ଶ୍ରୀଦେବୀଙ୍କ ସମେତ ରାମ କୃଷ୍ଣ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ । ଶ୍ରଦ୍ଧାଳୁ ନିରାଶ । ଅନ୍ୟପଟେ ମହାପ୍ରଭୁଙ୍କ ଚାପ ଖେଳ ଦେଖିନପାରିବାରୁ ନିରାଶ ହୋଇଛନ୍ତି ଭକ୍ତ । ସୂଚନା ଅନୁସାରେ, ସିଂହାରୀ ଓ ଶୁଦ୍ଦୁ ସୁଆରଙ୍କ ମଧ୍ୟରେ ବିବାଦ ଯୋଗୁଁ ମଙ୍ଗଳବାର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବନ୍ଦ ରହିଛି । ଚାପରେ କେତେ ସଂଖ୍ୟକ ସେବକ ରହିବେ, ତାକୁ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ପ୍ରାୟ ସାଢ଼େ ୩ ଘଣ୍ଟା ପ୍ରତୀକ୍ଷା ପରେ ବିବାଦ ସମାଧାନ ନ ହେବାରୁ ଶ୍ରୀମନ୍ଦିର ଫେରି ଯାଇଛନ୍ତି ଚଳନ୍ତି ଠାକୁର ।
କାଳବୈଶାଖୀ ଯୋଗୁଁ ଦିନ ଚାପ ମଧ୍ୟ ବନ୍ଦ ରହିଥିଲା। ତେବେ ରାତ୍ରୀ ଚାପ ପାଇଁ ରାତି ୯ଟା ରୁ ପ୍ରସ୍ତୁତି ସାରିଥିଲେ ହେଁ ରାତି ୧୨ଟା ୩୦ ଯାଏଁ ବିବାଦ ତୁଟି ନଥିଲା । ପରେ ପବନ ବେଗ ଓ ବର୍ଷାକୁ ନଜରରେ ରଖି ଚାପ ନ ଖେଳି ଶ୍ରୀମନ୍ଦିର ବାହୁଡ଼ା ବିଜେ କରିଥିଲେ ଦିଅଁ । ସିଂହାରୀ ଓ ଶୁଦ୍ଦୁ ସୁଆରଙ୍କ ମଧ୍ୟରେ ବିବାଦ ଯୋଗୁଁ ନରେନ୍ଦ୍ର ପୁଷ୍କରିଣୀରେ ବନ୍ଦ୍ ରହିଛି ମହାପ୍ରଭୁଙ୍କ ଚାପ କ୍ରୀଡ଼ା। ଚାପରେ କେତେ ସଂଖ୍ୟକ ସେବକ ରହିବେ, ତାକୁ ନେଇ ହୋଇଥିଲା ବିବାଦ।