ଆଗାମୀ ୬ ଦିନ ପାଇଁ ଚେତାବନୀ ଜାରି…

ଦିନରେ ଗରମ ଓ ଗୁଳୁଗୁଳି, ଅପରାହ୍ନରେ ଝଡ଼ବର୍ଷା। ଆଗାମୀ ୬ ଦିନ ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଆଜି ୨୨ ଜିଲ୍ଲାକୁ କାଳବୈଶାଖୀ ବର୍ଷା, ୧୬ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। ୪ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକରେ କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ସବୁ ଜିଲ୍ଲାରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଏପଟେ କ୍ରମାଗତ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଝାରସୁଗୁଡ଼ାର ପାରଦ। ଗତକାଲି ୪୫ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା ସହର। ରାଜ୍ୟର ୧୧ଟି ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଥିଲା। ସେପଟେ ଅପରାହ୍ନରେ ଝଡ଼ବର୍ଷା ତାତିରୁ ଆଶ୍ବସ୍ତି ଆଣିଛି। ଘଡ଼ଘଡ଼ିି ସହ ତୁହାକୁ ତୁହା କାଳବୈଶାଖୀ ବର୍ଷା ଯୋଗୁ ଲୋକେ ଝାଂଜି ପବନ ଏବଂ ଗୁଳଗୁଳିରୁ ଆଶ୍ବସ୍ତି ପାଇଛନ୍ତି।