ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଭିତରକନିକା

କେନ୍ଦ୍ରାପଡ଼ା:  ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର।  ଆଜିଠାରୁ ଖୋଲିଲା ଭିତରକନିକା । ଦୀର୍ଘ ୩ ମାସ ପରେ ଏହି ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।  କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ମେ ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଭିତରକନିକା। ଦିର୍ଘ ତିନି ମାସ ପରେ ଏହି ଜାତୀୟ ଉଦ୍ୟାନ ଖୋଲୁଥିବାରୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ସେପଟେ, ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବା ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ସ୍କାଏ ୱାକ୍ ବା ୱାକ୍ ୱେ। ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନରେ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ପ୍ରତ୍ୟକ ବର୍ଷ  ମେ’ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ପାଇଁ ଭିତରକନିକା ବନ୍ଦ ରହିଥାଏ।   ଏ-ହି ସମୟରେ କୁମ୍ଭୀରମାନେ ହିଂସ୍ର ଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ ରଖାଯାଇଥିଲା । ନବନିର୍ମିତ ସ୍କାଏ ୱାକ୍‌ ବ୍ରିଜ୍‌ ମାଧ୍ୟମରେ ପ୍ରକୃତିର ବୈଭବ, ରଙ୍ଗ ବେରଙ୍ଗର ପକ୍ଷୀଙ୍କ କାକଳି ସହିତ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ। ମ୍ୟାନଗ୍ରୋଭ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ ୱାକ୍‌ ବ୍ରିଜ୍‌ ଅଧିକ ସଂଖ୍ୟାରେ ହରିଣ ଭିଡ଼ ଜମାଉଥିବା ପଡ଼ିଆ ଯାଏ ଲମ୍ବିଛି।