ଭୁବନେଶ୍ୱର: ଏକ ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନାକୁ ଆଧାର କରି ଭରତପୁର ଥାନା ପୁଲିସର ଏକ ସ୍ପେଶାଲ ଟୀମ ଥାନା ଅନ୍ତର୍ଗତ ବରମୁଣ୍ଡା ନୂଆ ବସ-ଷ୍ଟାଣ୍ଡ ନିକଟରେ ଅତର୍କିତ ଚଢଉ କରିବା ସହିତ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୂର୍ବରୁ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଭିଯୁକ୍ତ ମାନଙ୍କ ନିକଟରୁ ମୋଟ ୩୧.୪୫୦କେଜି ଓଜନର ଗଞ୍ଜେଇ, ଗୋଟିଏ ମୋବାଇଲ ଫୋନ ଏବଂ ୧୮୦୦ ଟଙ୍କା ଜବତ କରାଯାଇଥିଲା । ଏହି ମାମଲାରେ ଫେରାର ଥିବା ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଭରତପୁର ଥାନା ପୁଲିସ ଆଜି କାବୁ କରିବାରେ ସକ୍ଷମ ହୋଇଥିବା ତାଙ୍କ ନିକଟରୁ ଏକ ଆଇଫୋନ ଜବତ କରିଛନ୍ତି । ପଚରା ଉଚରା ସମୟରେ, ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ ।