(ପାଟଣା) : କିଛିଦିନର ବ୍ୟବଧାନ ପରେ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ୍ ମାଧପୁର ଗାଁରେ । ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ପାଟଣା ରେଞ୍ଜ୍ ମାଧପୁର ଗାଁର ଗୋବିନ୍ଦ ନାମକ ଜଣେ ବୃଦ୍ଧ ଶୌଚ ହେବାକୁ ପୋଖରୀକୁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ବୃଦ୍ଧ ଗୁରୁତର ହୋଇଥିଲେ। ତାଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ।