ୟୁଟ୍ୟୁବରେ ନୂଆ ରେକର୍ଡ ସୃଷ୍ଟି କଲା ଫିଲ୍ମ ‘ବିଷ୍ଟ’ଟ୍ରେଲର
ରିଲିଜ ପୂର୍ବରୁ ରେକର୍ଡ କଲା ତାମିଲ ଫିଲ୍ମ ସୁପରଷ୍ଟାର ବିଜୟଙ୍କ ନୂଆ ଫିଲ୍ମ ‘ବିଷ୍ଟ’ ।
(ମୁମ୍ବାଇ) : ରିଲିଜ ପୂର୍ବରୁ ରେକର୍ଡ କଲା ତାମିଲ ଫିଲ୍ମ ସୁପରଷ୍ଟାର ବିଜୟଙ୍କ ନୂଆ ଫିଲ୍ମ ‘ବିଷ୍ଟ’ । ଫିଲ୍ମ ‘ବିଷ୍ଟ’ ଏପ୍ରିଲ ୧୩ ରେ ରିଲିଜ ହେବାର ଅଛି। ଫିଲ୍ମଟି ବକ୍ସ ଅଫିସରେ ପ୍ରଥମ ଦିନର ଓପନିଂରେ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ଆଶା କରିଛି ପ୍ରଡକସନ ବିଭାଗ ।

ସିନେମା ହଲରେ ପହଞ୍ଚିବା ପୂର୍ବରୁ ଫିଲ୍ମ ୟୁଟ୍ୟୁବରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଅଭିନେତା ବିଜୟଙ୍କ ଫିଲ୍ମ ‘ବିଷ୍ଟ’ର ଟ୍ରେଲର ଏପ୍ରିଲ ୨ ସନ୍ଧ୍ୟା ୬ ଟାରେ ରିଲିଜ୍ ହୋଇଛି। ଏହି ଟ୍ରେଲରକୁ ରିଲିଜ୍ ର ୨୪ ଘଣ୍ଟା ମଧ୍ୟରେ ଦୁଇ କୋଟି ୯୦ ଲକ୍ଷ ୪୦ ହଜାର ୬୪୯ ଭ୍ୟୁ ମିଳିଛି। ରିଲିଜ୍ କରିଥିବା ଫିଲ୍ମରୁ ଟ୍ରେଲର ଦୃଷ୍ଟିରୁ ‘ବିଷ୍ଟ’ ଫିଲ୍ମର ଟ୍ରେଲର ଦ୍ୱିତୀୟ ସ୍ଥାନରେ ରହିଛି।
ୟୁଟ୍ୟୁବରେ କୌଣସି ଭାରତୀୟ ଭାଷା ଫିଲ୍ମର ଟ୍ରେଲରକୁ ସର୍ବାଧିକ ଲାଇକ୍ ମିଳିବା ମାମଲାରେ ‘ବିଷ୍ଟ’ ଫୂର୍ବରୁ ଟ୍ରେଲରକୁ ‘ବିଷ୍ଟ’ ପୂର୍ବରୁ ‘KGF 2’ ର ଟ୍ରେଲର ରହିଛି। ଏହା ପରେ ବର୍ତ୍ତମାନ ବିଜୟଙ୍କ ଆଉ ଏକ ଫିଲ୍ମ ‘ବିଗିଲ୍’ର ଟ୍ରେଲର ୧୬ ଲକ୍ଷ ୬୦ ହଜାର ଲାଇକ୍ସ ଏବଂ ଅଜିତଙ୍କ ଫିଲ୍ମ’ ଭାଲିମାଇ’ର ଟ୍ରେଲର ୧୩.୨୦ ଲକ୍ଷ ଲାଇକ୍ସ ସହିତ ଟପ୍ ୫ ଟ୍ରେଲର ତାଲିକାରେ ରହିଛି।